fbpx

ରାଜ୍ୟର ପ୍ରତ୍ୟେକ ଜିଲ୍ଲାରେ ଖୋଲିବ ଜ୍ୱର କ୍ଲିନିକ, ସ୍ୱାସ୍ଥ୍ୟ ବିଭାଗ ଜାରି କଲା ନିର୍ଦ୍ଦେଶନାମା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ହଠାତ୍ ରାଜ୍ୟରେ କୋଭିଡ୍ ସଂକ୍ରମଣ ଉପରମୁହାଁ ହୋଇଛି । ସଂକ୍ରମଣକୁ ନେଇ ଜନସାଧାରଣ ଓ ପ୍ରଶାସନର ଚିନ୍ତା ବଢ଼ି ଯାଇଛି । ଗତକାଲି ରାଜ୍ୟରୁ ୨୪୫ ଜଣ କୋଭିଡ୍ ପଜିଟିଭ୍ ଚିହ୍ନଟ ହୋଇଥିବା ବେଳେ ଆଜି ୩୩୪ ଜଣ ଚିହ୍ନଟ ହୋଇଛନ୍ତି । ତେବେ ପରିସ୍ଥିତିକୁ ଦୃଷ୍ଟିରେ ରଖି ରାଜ୍ୟ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସଂକ୍ରମଣ ନିୟନ୍ତ୍ରଣ ଓ ନିରାକରଣ ନେଇ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।

ପ୍ରତ୍ୟେକ ଜିଲ୍ଲାରେ ଜ୍ୱର କ୍ଲିନିକ ଖୋଲିବା ସହ ଆନୁଷଙ୍ଗିକ ବ୍ୟବସ୍ଥା କରିବାକୁ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି । ମେଡିକାଲ କଲେଜ, ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ, ସବ୍ ଡିଭିଜନ୍ ହସ୍ପିଟାଲ, ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରକୁ ପ୍ରସ୍ତୁତ ରଖାଯିବ । ଖୋର୍ଦ୍ଧା ଓ କଟକରେ ସଂକ୍ରମଣ ବଢ଼ିବାରେ ଲାଗିଛି । ସବୁ ଜିଲ୍ଲାରେ ଜ୍ୱର କ୍ଲିନିକ ଖୋଲାଯାଇ ସେଠାରେ ସ୍ୱାବ୍ ସଂଗ୍ରହ ଓ ଟେଷ୍ଟିଂ ସୁବିଧା ରଖାଯିବ ।

ସେହିପରି ଅକ୍ନିଜେନ ସୁବିଧା ଥିବା ଆଇସୋଲେସନ୍ ଶଯ୍ୟା ପ୍ରସ୍ତୁତ କରାଯିବ । କୋଭିଡ୍ ସଂକ୍ରମିତଙ୍କ ପାଇଁ ଆଇସିୟୁ ଓ ଏଚଡିୟୁ ବେଡ୍ ପ୍ରସ୍ତୁତ ରଖାଯିବ । ପର୍ଯ୍ୟାପ୍ତ ମାତ୍ରାରେ ମେଡିସିନ, ଟେଷ୍ଟିଂ କିଟ୍, ପିପିଇ, ଅକ୍ସିଜେନ୍ ସିଲିଣ୍ଡର ସହ ଅନ୍ୟାନ୍ୟ ସାମଗ୍ରୀ ଷ୍ଟକ୍ କରି ରଖାଯିବ ।

ରାପିଡ୍ ଆକ୍ସନ ଟିମ୍ ପ୍ରସ୍ତୁତ କରି କାର୍ଯ୍ୟରେ ନିୟୋଜିତ କରାଯିବ । ରୋଗୀଙ୍କୁ ହୋମ୍ ଆଇସୋଲେସନ୍ କିଟ୍ ପ୍ରଦାନ କରାଯିବା ସହ ବାସଗୃହ ସଙ୍ଗରୋଧରେ ଥିବା ଆକ୍ରାନ୍ତଙ୍କୁ ନିୟମିତ ଭେଟି ସ୍ୱାସ୍ଥ୍ୟ ପରୀକ୍ଷା କରାଯିବ । ପ୍ରତ୍ୟେକ ସ୍ୱାସ୍ଥ୍ୟକର୍ମୀ ଟିକା ନେବା ସହ ମାସ୍କ ପିନ୍ଧିବା ବାଧ୍ୟତାମୂଳକ । କୋଭିଡ୍ ପରିଚାଳନା ପାଇଁ ଜଣେ ବିଶେଷଜ୍ଞ ଡାକ୍ତରଙ୍କୁ ନୋଡାଲ ଅଧିକାରୀ ଭାବେ ନିଯୁକ୍ତ କରିବା ପାଇଁ ସ୍ୱାସ୍ଥ୍ୟ ବିଭାଗ ପକ୍ଷରୁ ନିର୍ଦ୍ଦେଶ ଦିଆଯାଇଛି ।

Get real time updates directly on you device, subscribe now.