fbpx

ବହୁତ କମ୍ ଲୋକଙ୍କ ଶରୀରରେ ଥାଏ ଶ୍ରୀକୃଷ୍ଣ ସହ ଜଡିତ ଏହି ଶୁଭ ଚିହ୍ନ: ଜାଣନ୍ତୁ ଆପଣଙ୍କ ଶରୀରରେ ଅଛି କି ଏହି ଭାଗ୍ୟଶାଳୀ ଚିହ୍ନ

ଧର୍ମ ଶାସ୍ତ୍ର ଅନୁଯାୟୀ ପ୍ରଭୁ ଶ୍ରୀ କୃଷ୍ଣଙ୍କ ଶରୀରରେ ଅନେକ ଚିହ୍ନ ରହିଥିଲା । ଯାହାକୁ ବହୁତ ଶୁଭ ବୋଲି କୁହାଯାଏ । ତେବେ ଶ୍ରୀକୃଷ୍ଣଙ୍କ ଶରୀରରେ ଥିବା ଚିହ୍ନ ସହ ଜଡିତ ଚିହ୍ନ ଖୁବ୍ କମ୍ ଲୋକଙ୍କ ଶରୀରରେ ରହିଥାଏ । ଯାହା ସେମାନଙ୍କୁ ଭାଗ୍ୟଶାଳୀ କରିବା ସହ ସର୍ବଦା ସୁଖ ସମୃଦ୍ଧି ଆଣି ଦେଇଥାଏ । ଏହି ଶୁଭ ଚିହ୍ନ ଥିବା ବ୍ୟକ୍ତିମାନେ ଧନବାନ ହୋଇଥାନ୍ତି । ଏଥିସହିତ ସରା ଦୁନିଆରେ ସେ ଅନେକ ଖ୍ୟାତି ଅର୍ଜନ କରିଥାନ୍ତି । ବର୍ତ୍ତମାନ ଆସନ୍ତୁ ଜାଣିବା ଶରୀରରେ ଥିବା ଏହି ଶୁଭ ଚିହ୍ନ ବିଷୟରେ ।

ଶଙ୍ଖ ଚିହ୍ନ: ହିନ୍ଦୁ ଧର୍ମ ଅନୁସାରେ ଶଙ୍ଖକୁ ବହୁତ ଶୁଭ ବୋଲି କୁହାଯାଇଥାଏ । ଏହା ମା ଲକ୍ଷ୍ମୀଙ୍କର ଅତି ପ୍ରୀୟ ବସ୍ତୁ ହୋଇଥାଏ । ଶାସ୍ତ୍ର ଅନୁସାରେ ଶ୍ରୀକୃଷ୍ଣଙ୍କ ପାଦ ତଳେ ଶଙ୍ଖର ଚିହ୍ନ ରହିଥିଲା ବୋଲି କୁହାଯାଏ । ତେଣୁ ଯେଉଁ ବ୍ୟକ୍ତିଙ୍କ ହାତ କିମ୍ବା ପାଦ ତଳେ ଏହି ଶଙ୍ଖ ଚିହ୍ନ ଥାଏ ସେମାନେ ବହୁତ ଭାଗ୍ୟବାନ ହୋଇଥାନ୍ତି । ଏଥିସହିତ ସେମାନେ ତାଙ୍କ ଜୀବନରେ ବହୁତ ଧନଶାଳୀ ହେବା ସହ ଅନେକ ମାନସମ୍ମାନ ପାଇଥାନ୍ତି ।

ଅର୍ଦ୍ଧ ଚନ୍ଦ୍ର ଚିହ୍ନ: ଶାସ୍ତ୍ର ଅନୁଯାୟୀ ଶ୍ରୀକୃଷ୍ଣଙ୍କ ପାଦ ତଳେ ଶଙ୍ଖ ପରି ଅର୍ଦ୍ଧ ଚନ୍ଦ୍ରର ଚିହ୍ନ ମଧ୍ୟ ରହିଥିଲା । ତେବେ ଭଗବାନ ଶିବ ମଧ୍ୟ ଅର୍ଦ୍ଧ ଚନ୍ଦ୍ର ଧାରଣ କରିଥାନ୍ତି । ତେଣୁ ଯେଉଁ ବ୍ୟକ୍ତିଙ୍କ ଶରୀରରେ ଏହି ଅର୍ଦ୍ଧ ଚନ୍ଦ୍ରର ଚିହ୍ନ ରହିଥାଏ ସେମାନେ ତାଙ୍କ ଜୀବନରେ ଅନେକ ସଫଳତା ହାସଲ କରିଥାନ୍ତି।

ମାଛ ଚିହ୍ନ: ଶ୍ରୀକୃଷ୍ଣଙ୍କର ଅନେକ ଅବତାରରୁ ଗୋଟିଏ ଅବତାର ହେଉଛି ମତ୍ସ୍ୟ ଅବତାର । ଏଥି ସହିତ ଶ୍ରୀ କୃଷ୍ଣଙ୍କ ହାତରେ ମଧ୍ୟ ମାଛ ପରି ଚିହ୍ନ ଥଲା । ତେଣୁ ଯେଉଁ ବ୍ୟକ୍ତିଙ୍କ ଶରୀରରେ କିମ୍ବା ହାତରେ ମାଛ ପରି ଚିହ୍ନ ରହିଥାଏ ସେମାନଙ୍କ ଉପରେ ସର୍ବଦା ମା ଲକ୍ଷ୍ମୀଙ୍କ କୃପା ରହିଥାଏ । ଏହି ବ୍ୟକ୍ତିମାନେ ବହୁତ ଧନବାନ ହେବା ସହ ସମାଜରେ ପ୍ରତିଷ୍ଠିତ ବ୍ୟକ୍ତି ଭାବରେ ବିବେଚନା ହୋଇଥାନ୍ତି ।

Get real time updates directly on you device, subscribe now.