fbpx

ଆଫଗାନିସ୍ତାନ ରାଜଧାନୀ କାବୁଲରେ ପୁଣି ବିସ୍ଫୋରଣ: ଚାଲିଗଲା ୧୯ ଜଣଙ୍କ ଜୀବନ

ନୂଆଦିଲ୍ଲୀ: ଆଫଗାନିସ୍ତାନର ରାଜଧାନୀ କାବୁଲରେ ଶୁକ୍ରବାର ସକାଳେ ବଡ଼ ବିସ୍ଫୋରଣ ହୋଇଛି । ସୂଚନା ଅନୁସାରେ, କାବୁଲର ଏକ ଶିକ୍ଷାନୁଷ୍ଠାନ ବିସ୍ଫୋରଣ ହୋଇଛି । ଏହି ବିସ୍ଫୋରଣରେ ଅତି କମରେ ୧୯ ଜଣଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଛି । ମୃତ୍ୟୁ ସଂଖ୍ୟା ଆଗକୁ ବଢ଼ିବାର ସମ୍ଭାବନା ରହିଛି । ଏହି ଆକ୍ରମଣ ପାଇଁ କିଏ ଦାୟୀ, ତାହା ଏପର୍ଯ୍ୟନ୍ତ ଜଣାପଡିନାହିଁ ।

କାବୁଲ ପୋଲିସର ମୁଖପାତ୍ର ଖାଲିଦ ଜାଦରାନ କହିଛନ୍ତି ଯେ, ଏକ ଶିକ୍ଷାନୁଷ୍ଠାନ ଭିତରେ ଏହି ବିସ୍ଫୋରଣ ଘଟିଛି । ସୁରକ୍ଷା ଅଧିକାରୀମାନେ ତଦନ୍ତ ପାଇଁ ସେହି ଅଞ୍ଚଳରେ ପହଞ୍ଚିଛନ୍ତି ।

ମିଡିଆ ରିପୋର୍ଟ ଅନୁଯାୟୀ, ତାଲିବାନର ଜଣେ ଅଧିକାରୀ ନିଶ୍ଚିତ କରିଛନ୍ତି ଯେ, ଶୁକ୍ରବାର ସକାଳେ ଆଫଗାନିସ୍ତାନର ରାଜଧାନୀ କାବୁଲରେ ଏହି ବିସ୍ଫୋରଣ ଘଟିଛି । ସ୍ଥାନୀୟ ଗଣମାଧ୍ୟମ ଅନୁଯାୟୀ, ଦଶାତି ବାରଚି ଅଞ୍ଚଳର ଏକ ଶିକ୍ଷା କେନ୍ଦ୍ର ଭିତରେ ଏହି ବିସ୍ଫୋରଣ ଘଟିଛି । ତାଲିବାନ ତରଫରୁ ଆଭ୍ୟନ୍ତରୀଣ ମନ୍ତ୍ରଣାଳୟର ମୁଖପାତ୍ର ଅବଦୁଲ ନାଫି ଟାକୋର କହିଛନ୍ତି ଯେ ଏହି ବିସ୍ଫୋରଣ ବଡ଼ ଧରଣର ହୋଇଥିଲା । ମିଡିଆ ରିପୋର୍ଟ ଅନୁଯାୟୀ ଏହି ଆକ୍ରମଣରେ ୧୯ ଜଣଙ୍କର ମୃତ୍ୟୁ ହୋଇଛି ।

Get real time updates directly on you device, subscribe now.