fbpx

ଯାଜପୁରରେ ଭୟଙ୍କର ଅଗ୍ନିକାଣ୍ଡ; ଦମକଳ କର୍ମଚାରୀ ଆହତ

ଯାଜପୁର: ଯାଜପୁର ଜିଲ୍ଲାରେ ଏକ ଭୟଙ୍କର ଅଗ୍ନିକାଣ୍ଡ ଘଟିଛି । ଫଳରେ ଜଣେ ଅଗ୍ନିଶମ କର୍ମଚାରୀ ଗୁରୁତର ଅହାତ ହୋଇଛନ୍ତି । ତେବେ ଏହି ଅଗ୍ନିକାଣ୍ଡ ଟି ଯାଜପୁର ରୋଡ ଧନେଶ୍ୱର ଛକରେ ଥିବା ଏକ କବାଡିରେ ଲାଗିଛି । କୌଣସି କାରଣ ବସତଃ ଗୋଦାମରେ ନିଆଁ ଲାଗି ହୁହୁ ହୋଇ ଜଳୁଥିବା ଜଣା ପଡିଛି । ତେବେ ଏହି ନିଆଁକୁ ଦେଖି ସେଠାରେ ଉପସ୍ଥିତ ଥିବା ଲୋକେ ସଙ୍ଗେ ସଙ୍ଗେ ଦମକଳ ବାହୀନିକୁ ଖବର ଦେଇଥିଲେ । ଏହା ପରେ କର୍ମଚଚାରୀମାନେ ଘଟଣାସ୍ଥଳରେ ପହଞ୍ଚିବା ସହ ଘଟଣାର ନିଆଁକୁ ଆୟତ କରିବାକୁ ଚେଷ୍ଟା ମଧ୍ୟ କରିଥିଲେ ।

କିନ୍ତୁ ଏତେ ଜୋର ମାତ୍ରାରେ ନିଆଁ ଜଳୁଥିଲା ଯେ ତାକୁ ଆୟତ କରିବା ବହୁ କଷ୍ଟକର ଥିଲା । କିନ୍ତୁ ଏହି ନିଆଁକୁ ଲିଭାଇବା ସମୟରେ ଜଣେ ଅଗ୍ନିଶମ କର୍ମଚାରୀ ଆହତ ହୋଇଛନ୍ତି । ତେବେ ତାଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିବା ଜଣା ପଡିଛି । ତେବେ ଏହି ଘଟଣାର ଖବର ପାଇ ନିକଟସ୍ଥ ପୋଲିସ ପହଞ୍ଚିବା ସହ ଏହାର ତଦନ୍ତ ଆରମ୍ଭ କରିଛି । ତେବେ ଏହି ଭୟଙ୍କର ଅଗ୍ନିକାଣ୍ଡ କିପରି ହୋଇଛି ତାହା ବର୍ତ୍ତମାନ ପର୍ଯ୍ୟନ୍ତ ଜଣାପଡିନାହିଁ ।

Get real time updates directly on you device, subscribe now.