fbpx

ସୁପ୍ରିମକୋର୍ଟରେ ଭାରତୀୟ ଫୁଟ୍‌ବଲ୍‌କୁ ବାସନ୍ଦ ମାମଲା, ୨୨ରେ ପରବର୍ତ୍ତୀ ଶୁଣାଣି

ନୂଆଦିଲ୍ଲୀ: ଭରତୀୟ ଫୁଟବଲ ମହାସଂଘ କାର୍ଯ୍ୟକଳାପରେ ତୃତୀୟ ପକ୍ଷର ହସ୍ତକ୍ଷେପ ନେଇ ବିଶ୍ୱ ଫୁଟବଲର ସର୍ବୋଚ୍ଚ ସଂସ୍ଥା ଫିଫା ଅତ୍ୟନ୍ତ କ୍ଷୁବ୍ଧ ହେବା ସହିତ ମଙ୍ଗଳବାର ଇଣ୍ଡିଆନ ଫୁଟବଲ ଫେଡେରେସନକୁ ନିଲମ୍ବିତ କରିଛି । ତେଣୁ କେନ୍ଦ୍ର ସରକାର ଫିଫାକୁ ପକ୍ଷଭୁକ୍ତ କରି ସୁପ୍ରିମକୋର୍ଟରେ ଏକ ମାମଲା ରୁଜୁ କରିଛି ।

କେନ୍ଦ୍ର ସରକାରଙ୍କ ପକ୍ଷରୁ ମାମଲା ଲଢ଼ୁ ଥିବା ସଲିସିଟର ଜେନେରାଲ ତୁଷାର ମେହଟା କହିଛନ୍ତି ଯେ ସୁପ୍ରିମକୋର୍ଟରେ ଏହି ମାମଲାର ବିଭିନ୍ନ ଦିଗ ଉପରେ ବିଚାର କରି ଏହି ମାମଲାର ଶୁଣାଣୀ ପାଇଁ ଆସନ୍ତା ୨୨ ତାରିଖ ଧାର୍ଯ୍ୟ କରିଛନ୍ତି । ଏହା ସହିତ ଭାରତୀୟ ଫୁଟବଲର ସମସ୍ତ ଦୈନନ୍ଦିନ କାର୍ଯ୍ୟକଳାପର ସୁପରିଚାଳନା ପାଇଁ କମିଟି ଅଫ ଆଡମିନଷ୍ଟ୍ରେଟର୍ସକୁ ସୁପ୍ରିମକୋର୍ଟରେ ପୁଣି ପରାମର୍ଶ ଦେଇଛନ୍ତି । ଏହା ସହିତ ଆସନ୍ତା ଅକ୍ଟୋବର ମାସ ଫିଫା ୧୭ ବର୍ଷରୁ କମ ମହିଳା ଫୁଟବଲ ବିଶ୍ୱକପ ଆୟୋଜନ କରିବା ଦିଗରେ ତୁରନ୍ତ ବିହିତ ପଦକ୍ଷେପ ନେବା ପାଇଁ କେନ୍ଦ୍ର ସରକାରଙ୍କୁ ନିର୍ଦ୍ଦେଶ ଦେଇଛନ୍ତି ।

Get real time updates directly on you device, subscribe now.