ଫିଫା ବିଶ୍ୱକପ୍ ବିଜେତା ପାଇବେ ପୁଳା ପୁଳା ପୁରସ୍କାର ଟଙ୍କା, ରାଶି ଜାଣି ଆପଣ ବି ଦେବେ ମୁଣ୍ଡରେ ହାତ
ଫିଫା ବିଶ୍ୱକପ୍ ବିଜେତା ପାଇବେ ପୁଳା ପୁଳା ପୁରସ୍କାର ଟଙ୍କା
ଓଡ଼ିଶା ଭାସ୍କର ଡେସ୍କ: ଫୁଟବଲ୍ ପ୍ରେମୀଙ୍କ ପାଇଁ ଆସିଯାଇଛି ବଡ଼ ମୁହୂର୍ତ୍ତ । ଫିଫା ବିଶ୍ୱକପ୍ ୨୦୨୬ ର ମେଗା ଫାଇନାଲ୍ ମ୍ୟାଚ୍ ଆର୍ଜେଣ୍ଟିନା ଏବଂ ସ୍ପେନ୍ ମଧ୍ୟରେ ଖେଳାଯିବ । ଭାରତୀୟ ସମୟ ଅନୁଯାୟୀ, ଜୁଲାଇ ୨୦ ତାରିଖ ବିଳମ୍ବିତ ରାତି ୧୨ଟା ୩୦ ମିନିଟ୍ରେ ଏହି ରୋମାଞ୍ଚକର ମ୍ୟାଚ୍ ଆରମ୍ଭ ହେବ ।
ବିଶ୍ୱକପ୍ ଇତିହାସରେ ପ୍ରଥମ ଥର ପାଇଁ ଆର୍ଜେଣ୍ଟିନା ଏବଂ ସ୍ପେନ୍ ଦଳ ଟାଇଟଲ୍ ଲଢ଼େଇ ପାଇଁ ଫାଇନାଲ୍ରେ ମୁହାଁମୁହିଁ ହେଉଛନ୍ତି । ଗୋଟିଏ ପଟେ ୩୯ ବର୍ଷୀୟ ମହାନ ଖେଳାଳି ଲିଓନେଲ୍ ମେସି ଏବଂ ଅନ୍ୟପଟେ ୧୯ ବର୍ଷର ଯୁବ ତାରକା ଲାମିନ୍ ୟମାଲ୍ଙ୍କ ମଧ୍ୟରେ ହେବାକୁ ଥିବା ଏହି ଟକ୍କର ଫାଇନାଲ୍କୁ ଚିରସ୍ମରଣୀୟ କରିବ ।
ବିଶ୍ୱର ସବୁଠାରୁ ଲୋକପ୍ରିୟ ଖେଳ ହୋଇଥିବାରୁ ଫିଫା ବିଶ୍ୱକପ୍ରେ ବିପୁଳ ପରିମାଣର ଅର୍ଥ ବାଜିରେ ଲାଗିଥାଏ । ଏଥର ଫିଫା ପକ୍ଷରୁ ୨୦୨୬ ବିଶ୍ୱକପ୍ ପାଇଁ ରେକର୍ଡ ପୁରସ୍କାର ରାଶି ଘୋଷଣା କରାଯାଇଛି ।
ରେକର୍ଡ ପୁରସ୍କାର ରାଶି: ଏଥର ବିଶ୍ୱକପ୍ରେ ଦଳ ସଂଖ୍ୟା ୩୨ ରୁ ୪୮ କୁ ବୃଦ୍ଧି କରାଯାଇଥିବା ବେଳେ ପ୍ରାଇଜ୍ ପୁଲ୍ରେ ମଧ୍ୟ ପ୍ରାୟ ୫୦ ପ୍ରତିଶତ ବୃଦ୍ଧି କରାଯାଇଛି । ଫିଫା ପକ୍ଷରୁ ମୋଟ ୮୭୧ ମିଲିୟନ ଡଲାର (ପ୍ରାୟ ୮୩,୮୬୬ କୋଟି ଟଙ୍କା) ର ମେଗା ପ୍ରାଇଜ୍ ପୁଲ୍ ରଖାଯାଇଛି ।
ବିଜେତା ଓ ଉପ-ବିଜେତାଙ୍କୁ କେତେ ମିଳିବ ଟଙ୍କା: ଫାଇନାଲ୍ ଜିତି ଚାମ୍ପିଅନ୍ ହେବାକୁ ଥିବା ଦଳ ଉପରେ ଟଙ୍କାର ବର୍ଷା ହେବ । ବିଭିନ୍ନ ସ୍ଥାନରେ ରହିବାକୁ ଥିବା ଦଳଗୁଡ଼ିକର ପୁରସ୍କାର ତାଲିକା ଦେଖିବାକୁ ଗଲେ.. ଚାମ୍ପିଅନ୍ ବା ବିଜେତା ଦଳ ୫୦ ମିଲିୟନ ଡଲାର (ପ୍ରାୟ ୪୮୧ କୋଟି ଟଙ୍କା) ପାଇବ ।
Uttarakhand Govt.
ସେହିପରି ରନର୍ସଅପ୍ (ଉପ-ବିଜେତା)କୁ ୩୩ ମିଲିୟନ ଡଲାର ବା ପ୍ରାୟ ୩୧୭ କୋଟି, ତୃତୀୟ ସ୍ଥାନରେ ଥିବା ଦଳକୁ ୨୯ ମିଲିୟନ ଡଲାର ବା ପ୍ରାୟ ୨୭୯ କୋଟି, ଚତୁର୍ଥ ସ୍ଥାନରେ ଥିବା ଦଳକୁ ୨୭ ମିଲିୟନ ଡଲାର ବା ପ୍ରାୟ ୨୫୯ କୋଟି ମିଳିବ ।
ଖାଲି ହାତରେ ଫେରିବେନି କୌଣସି ଦଳ: ଏହି ଟୁର୍ଣ୍ଣାମେଣ୍ଟର ବିଶେଷତ୍ୱ ହେଉଛି ଯେ ଏଥିରେ ଭାଗ ନେଇଥିବା ସମସ୍ତ ୪୮ଟି ଯାକ ଦଳ କିଛି ନା କିଛି ପୁରସ୍କାର ରାଶି ନେଇ ଘରକୁ ଫେରିବେ ।
ବିଶ୍ୱକପ୍ ଆରମ୍ଭ ହେବା ପୂର୍ବରୁ ସମସ୍ତ ୪୮ଟି ଦଳକୁ ପ୍ରସ୍ତୁତି ପାଇଁ ୨.୫ ମିଲିୟନ ଡଲାର ଲେଖାଏଁ ଦିଆଯାଇଥିଲା । ମୁଖ୍ୟ ପର୍ଯ୍ୟାୟରେ ଖେଳିଥିବା ପ୍ରତ୍ୟେକ ଦଳକୁ ଅତିକମରେ ୧୦ ମିଲିୟନ ଡଲାର (ପ୍ରାୟ ୯୬.୨ କୋଟି) ନିଶ୍ଚିତ ଭାବେ ମିଳିବ, ଯଦିଓ ସେମାନେ ଗ୍ରୁପ୍ ପର୍ଯ୍ୟାୟରୁ ଆଗକୁ ନ ବଢ଼ି ପାରିଥାନ୍ତି ।
କ୍ୱାର୍ଟର ଫାଇନାଲିଷ୍ଟ: ଯେଉଁ ୪ଟି ଦଳ କ୍ୱାର୍ଟର ଫାଇନାଲ୍ରେ ପହଞ୍ଚି ସେମିଫାଇନାଲ୍କୁ ଯାଇପାରି ନାହାନ୍ତି, ସେମାନଙ୍କୁ ପ୍ରତ୍ୟେକଙ୍କୁ ୧୯ ମିଲିୟନ ଡଲାର ମିଳିବ ।
୯ମ ରୁ ୧୬ଶ ସ୍ଥାନ: ପ୍ରତ୍ୟେକ ଦଳକୁ ୧୫ ମିଲିୟନ ଡଲାର ।
୧୭ଶ ରୁ ୩୨ଶ ସ୍ଥାନ: ପ୍ରତ୍ୟେକ ଦଳକୁ ୧୧ ମିଲିୟନ ଡଲାର ପ୍ରଦାନ କରାଯିବ ।

