fbpx

(Video) କୁକୁର ଓ କୁକୁଡ଼ା ମଧ୍ୟରେ ଜୋରଦାର ଲଢେଇ, କୁକୁଡ଼ାଟି କିଛି ଏପରି କଲା ଯାହାକୁ ଦେଖି ହୋଇଯିବେ ତାଜୁବ୍

କୁକୁର ଓ କୁକୁଡା ମଧ୍ୟରେ କେବେ ଝଗଡା ଦେଖିଛନ୍ତି କି । ସାଧାରଣ ଝଗଡା ନୁହେଁ ପୁଣି ଜୋରଦାର ଲଢେଇ । କୁକୁର ଏବଂ କୁକୁଡାଙ୍କ ଏଭଳି ଏକ ଲଢେଇ ଏବେ ଭାଇରାଲ ହେବାରେ ଲାଗିଛି । ଏଭଳି ଏକ ଜୋରଦାର ଲଢେଇରେ କୁକୁଡାଟି କିଛି ଏପରି କଲା ଯେ, ଯାହାକୁ ଦେଖି କେହି ବି ତାଜୁବ ହୋଇଯିବେ ।  ଦେଖନ୍ତୁ ଏହି ଭିଡିଓକୁ । ଗୋଟିଏ କୁକୁର ଏବଂ କୁକୁଡା ଲଢେଇ କରୁଛନ୍ତିି । ଦେଖନ୍ତୁ କୁକୁରଟି ପ୍ରଥମେ କୁକୁଡ଼ାଟିକୁ ଭୁକୁଛି କିନ୍ତୁ ଏହାର ପ୍ରତିବଦଳରେ କୁକୁଡ଼ାଟି ଡରି ଯାଉନାହିଁ ଏବଂ ତୁରନ୍ତ କୁକୁର ଉପରକୁ ଅତର୍କିତ ଭାବରେ ନିଜ ଥଂଟରେ ଆକ୍ରମଣ କରୁଛି। ଏହା ପରେ କୁକୁରଟି ରାଗିଯାଇ କୁକୁଡ଼ା ବେକକୁ ଧରିବାକୁ ଚେଷ୍ଟା କରୁଛି କିନ୍ତୁ କୁକୁଡ଼ାଟି ଉଡିଯାଇ ପୁଣି କୁକୁର ଉପରେ ପ୍ରତିଆକ୍ରମଣ କରୁଛି  । ଆଉ ତା’ ପରେ ପୁଣି ଦେଖି ପାରିବେ କିଛି ସମୟ ପରେ କୁକୁରଟି ସେଠାରୁ ଡରି ପଳାଉଛି, କିନ୍ତୁ କୁକୁଡ଼ା ଏତେ ରାଗରେ ଥିଲା ଯେ  କୁକୁରକୁ ମଧ୍ୟ ଗୋଡାଉଛି।

ତେବେ ଭିଡିଓଟିରେ ଏମାନଙ୍କ ଝଗଡା ଦେଖିବା ପାଇଁ ଯେତିକି ଆଶ୍ଚର୍ଯ୍ୟ ଲାଗିବ କହିବାକୁ ଗଲେ ସେତିକି ଶିକ୍ଷଣୀୟ ମଧ୍ୟ ରହିଛି । ଆତ୍ମବିଶ୍ୱାସ ଏବଂ ଧୈର୍ଯ୍ୟର ସହ ସାମ୍ନା କରିଲେ ସବୁ ମାମାଲା ବଦଳି ଯାଇପାରେ । ଦେଖନ୍ତୁ ଭିଡିଓ…

Get real time updates directly on you device, subscribe now.