fbpx

ପଞ୍ଜାବ କଂଗ୍ରେସରେ ବିଦ୍ରୋହ: ଦଳର ଅନେକ ବିଧାୟକ ମୁଖ୍ୟମନ୍ତ୍ରୀଙ୍କ ଉପରେ ଖପ୍ପା, କିଛି ବି ଘଟିପାରେ ଆଗକୁ

ନୂଆଦିଲ୍ଲୀ: ରାଜସ୍ଥାନ ପରେ ପଞ୍ଜାବ କଂଗ୍ରେସରେ ଦେଖାଦେଇଛି ବିଦ୍ରୋହ । ଦଳର ଅଧିକାଂଶ ବିଧାୟକ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କ ଉପରେ ସନ୍ତୁଷ୍ଟ ନାହାନ୍ତି । ଏହି ଅସନ୍ତୁଷ୍ଟ ବିଧାୟକ ମାନେ ଆଗକୁ କିଛି ବି କରିପାରନ୍ତି ବୋଲି ରାଜନୈତିକ ସମୀକ୍ଷକମାନେ ବିଚାର କରୁଛନ୍ତି । ଦଳର କିଛି ମନ୍ତ୍ରୀ ଓ ବିଧାୟକମାନେ କ୍ୟାପ୍ଟେନଙ୍କ ନେତୃତ୍ୱକୁ ଖୋଲାଖୋଲି ବିରୋଧ କରିଛନ୍ତି । ପରିସ୍ଥିତିକୁ ଦୃଷ୍ଟିରେ ରଖି ଦଳ ହାଇକମାଣ୍ଡ ସୋନିଆ ଗାନ୍ଧି ରାଜ୍ୟସଭାର ବିରୋଧୀ ଦଳ ନେତା ମଲ୍ଲିକାର୍ଜୁନ ଖଡ଼ଗେଙ୍କ ନେତୃତ୍ୱରେ ଏକ କମିଟି ଗଠନ କରିଥିବା ଜଣାପଡ଼ିଛି ।

୧୧୭ ସିଟ୍ ବିଶିଷ୍ଟ ରାଜ୍ୟ ବିଧାନସଭା ନିର୍ବାଚନରେ କଂଗ୍ରେସ ଦଳ ୮୦ ସିଟରେ ଜିତି ବହୁମତ ହାସଲ କରିଥିଲା । ମାତ୍ର ଏବେ କଂଗ୍ରେସରେ ଅନ୍ତଃକନ୍ଦଳ ଆରମ୍ଭ ହୋଇଯାଇଛି । ରାଜ୍ୟର ବହବଲ କଲାଙ୍ଗ ଓ କୋଟକପୁରା ଗୁଳିକାଣ୍ଡ ଘଟଣାକୁ ନେଇ ହାଇକୋର୍ଟ ରାଜ୍ୟ ସରକାରଙ୍କୁ ଏକ ନୂଆ ଏସଆଇଟି ଗଠନ କରିବାକୁ କହିବା ପରେ ଏହି ବିବାଦ ଆରମ୍ଭ ହୋଇଥିଲା । ତେବେ ଏହି ସଙ୍କଟ ସମୟରେ ନବଜୋତ ସିଂହ ସିଦ୍ଧୁ କ୍ୟାପ୍ଟେନଙ୍କ ବିରୋଧରେ ଯୁଦ୍ଧ ଡାକରା ଦେଇ ପାରନ୍ତି ବୋଲି ଆଶଙ୍କା କରାଯାଉଛି ।

Get real time updates directly on you device, subscribe now.