fbpx

ରିଲିଜ ହେଲା କିଙ୍ଗ ଖାନଙ୍କ ଫିଲ୍ମ ପଠାନ; ଦେଶର ୫୨୦୦ ବକ୍ସ ଅଫିସରେ ଜଲୱା ଦେଖାଇବ ଦୀପିକା ଏବଂ ଶାହାରୁଖଙ୍କ ଯୋଡି

ମୁମ୍ବାଇ: ବହୁ ପ୍ରତିକ୍ଷାର ଅନ୍ତ ପରେ ଆଜି ଦେଶର ବିଭିନ୍ନ ପ୍ରେକ୍ଷାଳୟରେ ଫିଲ୍ମ ‘ପଠାନ୍’ ମୁକ୍ତି ଲାଭ କିରିଛି । ଯାହାକୁ ଦେଖିବା ଆଜି ଦେଖିବା ପାଇଁ ସିନେମାଘରେ ହଜାର ହଜାର ଦର୍ଶକଙ୍କ ଭିଡ ଜମିଛି । ତେବେ ଦୀପିକା ଏବଂ ଶାହରୁଖଙ୍କ ଯୋଡି ବକ୍ସ ଅଫିସରେ ଧମାଲ କରିବ ବୋଲି ଦର୍ଶକଙ୍କ ବିଶ୍ୱାସ ରହିଛି । ତେବେ ଏହି ଚଳଚିତ୍ରର ପୋଷ୍ଟର ରିଲିଜ ପରଠାରୁ ହିଁ ବିବାଦ ଲାଗି ରହିଥିବା ବେଳେ ଏହା ଆଜି ଦେଶର ମୋଟ ୫୨୦୦ ସିନେମା ଘରେ ମୁକ୍ତି ଲାଭ କରୁଛି ।

ଅନ୍ୟପକ୍ଷେ ଦୀର୍ଘ ୪ ବର୍ଷ ପରେ ଶାହାରୁଖ ବଲିଉଡକୁ ଫିଲ୍ମ ଫଠାନ ଜରିଆରେ କମ୍ ବ୍ୟାକ୍ କରୁଛନ୍ତି । ସେହିଭଳି ଏହି ଫିଲ୍ମରେ ସେ ଆକ୍ସନ ଲୁକରେ ନଜର ଆସିଛନ୍ତି । ଯାହାକୁ ଦେଖିବା ପାଇଁ ପ୍ରଶଂସକମାନେ ଦୀର୍ଘ ଦିନ ହେବ ଉକ୍ରଣ୍ଠା ସହ ଅପେକ୍ଷା କରିଥିଲେ । ତେବେ ଫିଲ୍ମ ପୋଷ୍ଟର ରିଲିଜ ପରଠାରୁ ଏହାକୁ ନେଇ ବିବାଦ ଲାଗି ରହିଥିବା ବେଳେ ଆଜି ଶେଷରେ ଏହା ମୁକ୍ତି ଲାଭ କରିଛି ।

ତେବେ ଏହି ଫିଲ୍ମରେ ଶାହାରୁଖ୍ ଖାନ୍ ଏବଂ ଦୀପିକା ପାଦୁକୋନଙ୍କ କେମେଷ୍ଟ୍ରୀ ସହିତ ଜନ୍ଆବ୍ରାହମଙ୍କ ଆକ୍ସନ ମଧ୍ୟ ଦେଖିବାକୁ ମିଳିବ । ଏଥିସହିତ ଏହି ଫିଲ୍ମରେ ସଲମାନ୍ ଖାନ୍ କ୍ୟାମୋ କରିବେ ବୋଲି ଆଶା କରାଯାଉଛି । ତେବେ ପଠାନ୍ ଫିଲ୍ମର ପ୍ରଥମ ଦିନରେ ହିଁ ଏହା ଏକ ନୂଆ ରେକର୍ଡ ସୃଷ୍ଟି କରିଛି । ଦେଶର ବିଭିନ୍ନ ସ୍ଥାନରେ ଏହାକୁ ଆଜି ବି ବିରୋଧ କରାଯାଉଥିବା ବେଳେ ଏହା ପ୍ରଥମ ଦିନରେ ୫.୫୬ ଲକ୍ଷ ଟଙ୍କାର ଟିକେଟ୍ ବିକ୍ରୀ କରିଛି । ଯାହାକି ଫିଲ୍ମ କେଜିଏଫ-୨ର ରେକର୍ଡ ଭାଙ୍ଗିଛି ।

ଗଣତନ୍ତ୍ର ଦିବସ ଅବସରରେ ମୁକ୍ତିଲାଭ କରୁଥିବା ଚଳଚ୍ଚିତ୍ର ‘ପଠାନ’ରେ ଦେଶପ୍ରେମର ଏକ ଝଲକ ଦେଖିବାକୁ ମିଳିବ। ଏଥିସହିତ ଫିଲ୍ମ ହିଟ୍ ହେବ ବୋଲି ସମସ୍ତେ ଆଶା ରଖିଥିବାବେଳେ ଏହାର ଟିକେଟ୍ ବିକ୍ରୀରୁ ହିଁ ସ୍ପଷ୍ଟ ଜଣାପଡିଛି । ତେବେ ମେଟ୍ରୋରେ ଅଗ୍ରୀମ ବୁକିଂକୁ ନେଇ ଏକ ସ୍ୱତନ୍ତ୍ର କ୍ରେଜ୍ ହୋଇଛି । ଚଳଚ୍ଚିତ୍ର ବିଶ୍ଳେଷକ ତାରଣ ଆଦର୍ଶଙ୍କ ଅନୁଯାୟୀ, ‘ପଠାନ’ର ପ୍ରଥମ ଦିନର ଟିକେଟ୍ ବିକ୍ରି ୫.୫୬ ଲକ୍ଷ ଟଙ୍କା ଥିଲା।

ଭାରତରେ ୫୨୦୦ ପରଦା:
‘ପଠାନ’ର ସ୍କ୍ରିନ କାଉଣ୍ଟ ବିଷୟରେ କହିବାକୁ ଗଲେ ତରଣ ଆଦର୍ଶଙ୍କ ଅନୁଯାୟୀ ଏହି ଫିଲ୍ମ ଭାରତର ୫୨୦୦ ସିନେମାଘରେ ପ୍ରଦର୍ଶିତ ହେବ। ଏଥିରେ ହିନ୍ଦୀ, ତାମିଲ ଏବଂ ତେଲୁଗୁ ସ୍କ୍ରିନ୍ ସାମିଲ ଅଛି । ସେହିପରି ବିଦେଶରେ ଏହି ଚଳଚ୍ଚିତ୍ରଟି ୨୫୦୦ ସିନେମାଘରେ ମୁକ୍ତିଲାଭ କରିଛି । ଏହି ଅନୁଯାୟୀ, ଫିଲ୍ମ ଫଠାନ ଆଜି ମୋଟ ୭୭୦୦ ସିନେମା ଘରେ ମୁକ୍ତି ଲାଭ କରିଛି । ତେବେ ଦୀର୍ଘ ୪ ବର୍ଷ ପରେ ଫିଲ୍ମ ପଠାନ ମାଧ୍ୟମରେ ଶାହାରୁଖ ମୁଖ୍ୟ ଅଭିନେତା ଭାବରେ ଚଳଚିତ୍ର ଜଗତକୁ ପ୍ରତ୍ୟାବର୍ତ୍ତନ କରିଛନ୍ତି । ଯାହାକି ତାଙ୍କ ପ୍ରଶଂସକଙ୍କ ଉତ୍ସାହକୁ ଦ୍ୱିଗୁଣିତ କରିଛି । ସେହିପରି ଏହି ଚଳଚ୍ଚିତ୍ରରେ ଦୀପିକା ପାଦୁକୋନ୍ ଏବଂ ଜନ୍ ଆବ୍ରାହମ୍ ମଧ୍ୟ ଗୁରୁତ୍ୱପୂର୍ଣ୍ଣ ଭୂମିକାରେ ଅଛନ୍ତି ।

 

Get real time updates directly on you device, subscribe now.