fbpx

ସମସ୍ତ ସରକାରୀ ବ୍ୟାଙ୍କ, NPA ଓ ନେଟ୍ ପ୍ରଫିଟକୁ ନେଇ ବଡ଼ ଘୋଷଣା କଲେ ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ଦେଶର ସମସ୍ତ ସରକାରୀ ବ୍ୟାଙ୍କ ପାଇଁ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବଡ଼ ଘୋଷଣା କରିଛନ୍ତି । ଫସି ରହିଥିବା କରଜ ଅର୍ଥାତ ଏନପିଏଓକୁ ହ୍ରାସ କରିବା ନେଇ କେନ୍ଦ୍ର ସରକାର ପ୍ରୟାସ କରୁଛନ୍ତି । ପବ୍ଲିକ ସେକ୍ଟର ଅନ୍ତର୍ଗତ ୧୨ଟି ବ୍ୟାଙ୍କର ନେଟ୍ ପ୍ରଫିଟ ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର ତ୍ରୈମାସରେ ୫୦ ପ୍ରତିଶତ ବୃଦ୍ଧି ପାଇ ୨୫,୬୮୫ କୋଟିରେ ପହଞ୍ଚିଥିବା ନିର୍ମଳା କହିଛନ୍ତି ।

ଅର୍ଥମନ୍ତ୍ରୀ କହିଛନ୍ତି, ଏନପିଏକୁ ହ୍ରାସ କରିବା ସହ ପିଏସବିର ଆର୍ଥିକ ସ୍ଥିତିକୁ ଅଧିକ ମଜବୁତ କରିବା ପାଇଁ ସରକାର ପ୍ରୟାସ କରୁଛନ୍ତି । ୨୦୨୨-୨୩ ଆର୍ଥିକ ବର୍ଷର ପ୍ରଥମ ଛଅ ମାସରେ ପବ୍ଲିକ ସେକ୍ଟରର ସମସ୍ତ ବ୍ୟାଙ୍କର ଲାଭ ୩୨ ପ୍ରତିଶତ ବୃଦ୍ଧି ପାଇ ୪୦,୯୯୧ କୋଟିରେ ପହଞ୍ଚିଛି । ବର୍ଷର ଦ୍ୱିତୀୟ ତିନି ମାସ ମଧ୍ୟରେ ଏହି ଲାଭ ୫୦ ପ୍ରତିଶତ ଓ ପ୍ରଥମ ଛଅ ମାସରେ ୩୧.୬ ପ୍ରତିଶତ ବୃଦ୍ଧି ଦେଖିବାକୁ ମିଳିଛି ।

ବ୍ୟାଙ୍କର ନେଟ ପ୍ରଫିଟ ଗତ ଆର୍ଥିକ ବର୍ଷର ଦ୍ୱିତୀୟ ତ୍ରୈମାସ ତୁଳନାରେ ଚଳିତ ତ୍ରୈମାସରେ ୮୯ ପ୍ରତିଶତ ବୃଦ୍ଧି ଘଟି ୨,୫୨୫ କୋଟିରେ ପହଞ୍ଚିଛି । କୋଲକାତା ସ୍ଥିତ ୟୁକୋ ବ୍ୟାଙ୍କର ନେଟ ପ୍ରଫିଟ ଚଳିତ ଆର୍ଥିକ ବର୍ଷର ସେପ୍ଟେମ୍ବର ତ୍ରୈମାସରେ ୧୪୫ ପ୍ରତିଶତ ବୃଦ୍ଧି ଘଟି ୫୦୪ କୋଟିରେ ପହଞ୍ଚିଛି । ସେହିପରି ବ୍ୟାଙ୍କ ଅଫ୍ ବରୋଦାର ନେଟ ପ୍ରଫିଟ ଚଳିତ ତ୍ରୈମାସରେ ୫୮.୭୦ ପ୍ରତିଶତ ବୃଦ୍ଧି ପାଇଁ ୩,୩୧୨.୪୨ କୋଟିରେ ପହଞ୍ଚିଛି । ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ ଓ ବ୍ୟାଙ୍କ ଅଫ ଇଣ୍ଡିଆର ଲାଭ ୯ରୁ ୬୩ ପ୍ରତିଶତ କ୍ଷତି ହୋଇଛି । ଅନ୍ୟ ୧୦ଟି ବ୍ୟାଙ୍କର ଲାଭ ଦ୍ୱିତୀୟ ତ୍ରୈମାସରେ ୧୩ରୁ ୧୫ ପ୍ରତିଶତ ବୃଦ୍ଧି ଘଟିଛି ।

Get real time updates directly on you device, subscribe now.