fbpx

ମାସକୁ ୧.୩ ଲକ୍ଷ ଟଙ୍କା ଦେବ ଅର୍ଥ ମନ୍ତ୍ରାଳୟ; ଜାଣନ୍ତୁ ସମ୍ପୂର୍ଣ୍ଣ ଖବର

ନୂଆଦିଲ୍ଲୀ: ଆପଣଙ୍କୁ ମିଳିଛି କି ଏମିତି ମେସେଜ୍ । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଜରୁରୀ କାଳୀନ ଅର୍ଥରାଶି ଭାବରେ ମାସିକ ୧.୩ ଲକ୍ଷ ଟଙ୍କାର ଅର୍ଥରାଶି ପ୍ରଦାନ କରାଯ।।ଉଛି । ଯଦି ଆପଣଙ୍କୁ ମଧ୍ୟ ଏଭଳି ମେସେଜ ମିଳିଛି ତେବେ ସତର୍କ ହୋଇ ଯାଆନ୍ତୁ । ଆଜିକା ଦିନରେ ଏହି ମେସେଜଟି ଦ୍ରୁତ ଗତିରେ ଭାଇରାଲ ହେବାରେ ଲାଗିଛି । ପିଆଇବି ଫ୍ୟାକ୍ଟ ଚେକ୍ ପକ୍ଷରୁ ଏହି ଭିଡିଓ ଦେଖିବା ପରେ ଏହାର ବାସ୍ତବତା ଯାଞ୍ଚ କରାଯାଇଥିଲା ।

ପିଆଇବି ଫ୍ୟାକ୍ଟ ଚେକ୍ ପକ୍ଷରୁ କରାଯାଇଥିବା ବାସ୍ତବତା ଯାଞ୍ଚ ଅନୁଯାୟୀ ଏହି ଖବରଟି ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ଅର୍ଥ ମନ୍ତ୍ରାଳୟ ପକ୍ଷରୁ ଏମିତି କୌଣସି ଘୋଷଣା କରାଯାଇ ନଥିବା ବେଳେ ଏମିତି ହେବାର ସମ୍ଭାବନା ମଧ୍ୟ ନାହିଁ । ପିଆଇବି ପକ୍ଷରୁ ଟ୍ୱିଟ କରାଯାଇ ଏ ନେଇ ସ୍ପଷ୍ଟୀକରଣ ମଧ୍ୟ ଦିଆଯାଇଛି । ମେସେଜ ଓ ହ୍ୱାଟ୍ସଆପରେ ଭାଇରାଲ ହେଉଥିବା ୬ ମାସ ଯାଏଁ ୧.୩ ଲକ୍ଷ ଟଙ୍କାର ମେସେଜଟି ସମ୍ପୂର୍ଣ୍ଣ ମିଥ୍ୟା ଅଟେ । ଏଭଳି ମେସେଜକୁ ବିଶ୍ୱାସ କରନ୍ତୁ ନାହିଁ । ଅନ୍ୟ ମାନଙ୍କୁ ଏଭଳି ଲିଙ୍କ ଶେୟାର କରିବାରୁ ବିରତ ରୁହନ୍ତୁ । ଏଭଳି ୱେବସାଇଟରେ ନିଜର ବ୍ୟକ୍ତିଗତ ସୂଚନା ପ୍ରଦାନ କରିବାରୁ ନିବୃତ ରୁହନ୍ତୁ ।

ସରକାରଙ୍କ ପକ୍ଷରୁ କୌଣସି ଯୋଜନା କରାଗଲେ ମନ୍ତ୍ରାଳୟ ପକ୍ଷରୁ ଏହାକୁ ନେଇ ବିଜ୍ଞପ୍ତି ପ୍ରକାଶ ପାଇଥାଏ । ତେଣୁ ସରକାରୀ ୱେବସାଇଟ ଦେଖି ସୁନିଶ୍ଚିତ ହେବା ପରେ ହିଁ ଆବେଦନ କରନ୍ତୁ । ଏପରି ମିଥ୍ୟା ଖବରର ଫାଶରେ ପଡିବା ପୂର୍ବରୁ ଖବରର ସତ୍ୟାସତ୍ୟ ପୁଙ୍ଖାନୁପୁଙ୍ଖ ଭାବେ ଯାଞ୍ଚ କରନ୍ତୁ । ଏହା ସହିତ କରୋନା ସମୟରେ ଏଭଳି ମିଥ୍ୟା ଖବରର ପରିମାଣ ବୃଦ୍ଧି ପାଇବାରେ ଲାଗିଛି । ଏହା ସହିତ ଫେକ ନ୍ୟୁଜ ଗୁଡିକ ଅଧିକ ଭାଇରାଲ ମଧ୍ୟ ହୋଇଛି । ସରକାରଙ୍କ ପକ୍ଷରୁ ଏହାକୁ ଖଣ୍ଡନ କରାଯାଉଥିବା ବେଳେ ଲୋକଙ୍କୁ ସଚେତନ କରିବା ପାଇଁ ପ୍ରୟାସ କରାଯାଉଛି ।

Get real time updates directly on you device, subscribe now.