fbpx

ଜାଣନ୍ତୁ ପ୍ରମିଳା ମଲିକଙ୍କୁ ମିଳିଲା କେଉଁ ମନ୍ତ୍ରଳାୟ ଏବଂ ତାଙ୍କର ଶିକ୍ଷାଗତ ଯୋଗ୍ୟତା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ବିଂଝାରପୁର ବିଧାୟିକା ପ୍ରମିଳା ମଲିକ କ୍ୟାବିନେଟ ମନ୍ତ୍ରୀ ଭାବେ ଶପଥ ନେଇଛନ୍ତି । ତାଙ୍କୁ ରାଜସ୍ୱ ଓ ବିପର୍ୟ୍ୟୟ ପରିଚାଳନା ମନ୍ତ୍ରୀ ଭାବରେ ଦାୟିତ୍ୱ ମିଳିଛି । ୧୯୯୦ ମସିହାରେ ସେ ଓଡ଼ିଶା ବିଧାନ ସଭାରେ ବିଂଝାରପୁର ବିଧାନସଭା ନିର୍ବାଚନ ମଣ୍ଡଳୀରୁ ପ୍ରଥମ ଥର ନିର୍ବାଚିତ ହୋଇଥିଲେ । ପରେ ୨୦୦୦ ମସିହାରେ ମଧ୍ୟ ସେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ଏହାପରେ ସେ ଲଗାତାର ଭାବରେ ୨୦୦୪, ୨୦୦୯,୨୦୧୪ ଏବଂ ୨୦୧୯ ମସିହାରେ ଓଡ଼ିଶା ବିଧାନସଭାକୁ ନିର୍ବାଚିତ ହୋଇଥିଲେ । ସେ ମହିଳା ଓ ଶିଶୁ ବିକାଶ ବିଭାଗର ମନ୍ତ୍ରୀ ଥିଲେ । ସେ କଳାରେ ସ୍ନାତକ ହାସଲ କରିଛନ୍ତି ।

 

 

 

Get real time updates directly on you device, subscribe now.