fbpx

କରୋନା ଟିକା ନେବା ପୂର୍ବରୁ ଏବଂ ପରେ ଜାଣନ୍ତୁ କଣ ଖାଇବା ଉଚିତ୍!

ନୂଆଦିଲ୍ଲୀ ୦୧ ।୦୫ (ଓଡ଼ିଶା ଭାସ୍କର) : ଦେଶରେ କରୋନା ସଂକ୍ରମଣ ଲଗାତର ବଢିବାରେ ଲାଗିଛି । ସଂକ୍ରମଣକୁ ରୋକିବା ପାଇଁ ଟିକାକରଣ ପାଇଁ ସରକାରଙ୍କ ତରଫରୁ ଘୋଷଣା କରାଯାଇଛି । ମେ’ ୧ରୁ ୧୮ ବର୍ଷରୁ ବୟସ୍କମାନେ ଏହି ଟକା ନେଇପାରିବେ । ଟିକା କେଭଳିଅଧିକରୁ ଅଧିକ ଶରୀର ପାଇଁ ଲାଭ ଦାୟକ ହେବ ସେଥିପାଇଁ ଆମକୁ କିଛି କଥା ଉପରେ ଗୁରୁତ୍ୱ ଦେବାକୁ ହେବ । ଯେମିତି କି ଭ୍ୟାକସିନ୍ ଲାଗାଇବା ପୂର୍ବରୁ କେଉଁ ଖାଦ୍ୟ ଖାଇବା ଦରକାର ଏବଂ କେଉଁ ଖାଦ୍ୟ ଠାରୁ ନିଜକୁ ଦୂରେଇ ରଖିବା ଉଚିତ୍ ।

ମଦ: ଯଦି ଆପଣ ମଦ ପିଉଛନ୍ତି ତେବେ ଭ୍ୟାକସିନ୍ ଲଗାଇବା ପୂର୍ବରୁ ଏବଂ ପରେ କିଛିଦିନ ପାଇଁ ମଦଠାରୁ ନିଜକୁ ଦୂରେଇ ରଖନ୍ତୁ । ଶରୀରର ମଧ୍ୟକୁ ଯଦି କିଛିମାତ୍ର ମଦ ଯାଏ ତେବେ ଡିହାଇଡ୍ରୋଜେନ୍ ବଢିଯାଇଥାଏ । ଯହା ପାଇଁ ଅଳ୍ପ ପାଶ୍ୱର୍ ପ୍ରତିକ୍ରିୟା ବଦଳରେ ଏହା ଅଧିକ ହୋଇଥାଏ । ଶରୀରର ଇମ୍ୟୁନିଟ ସିଷ୍ଟମ ଉପରେ ମଧ୍ୟ ଖରାପ ପ୍ରଭାବ ପଡିଥାଏ । ମଦ ପିଇବା ଦ୍ୱାରା ଶୀଘ୍ର ଏବଂ ଗହୀର ନିଦ ଆସିଥାଏ । ଏହାଦ୍ୱାରା ଠିକ୍ ଭାବେ ଭଲ ନିଦ ନେବା ପ୍ରକ୍ରିୟାରେ ବାଧା ଉପୁଜିବା ଯୋଗୁ ଇମ୍ୟୁନି ଫକ୍ସନ ଉପରେ ପ୍ରଭାବ ପଡିଥାଏ ।

ଖାଇବା ଏବଂ ଶୋଇବା ସମୟ: ଟିକା ନବା ପୂର୍ବ ରାତିରେ ଭଲ ନିଦ ସହିତ ରାତ୍ରି ଭୋଜନ ଉପରେ ଖାସ୍ ଧ୍ୟାନ ଦେବା ଉଚିତ୍ । ଏହାଦ୍ୱରା ଇମ୍ୟୁନିଟି ସିଷ୍ଟମ ଭଲ ପ୍ରତିକ୍ରିୟା ଦେଇଥାଏ । ସ୍ୱାସ୍ଥ୍ୟ ବିଶେଷଜ୍ଞଙ୍କ କହିବା ଅନୁସାରେ ରାତ୍ରି ଭୋଜନ ଏମିତି ହେବା ଦରକାର ଯେ ଯାହାକୁ ଖାଇଲେ ଶୀଘ୍ର ଏବଂ ଭଲ ନିଦ ହେଉଥିବ । ରାତ୍ରି ଭୋଜନରେ ସୁପ, ସାଲାଦ ଖାଇବା ଉଚିତ୍ । ଏହା ସହିତ ଯଦି ଆପଣ ଶୀଘ୍ର ଖାଦ୍ୟ ଗ୍ରହଣ କରୁଛନ୍ତି ଏବଂ ଶୋଇବା ଆଗରୁ ଆପଣଙ୍କୁ ଭୋକ ଲାଗୁଛି ତେବେ ଫଳ ଖାଇ ପାରିବେ । ରାତ୍ରି ଭୋଜନର ୩ ଘଣ୍ଟା ପରେ ଶୋଇବା ଉଚିତ । ୬ ଘଣ୍ଟା ଆଗରୁ କଫି ପିଇବେ ନାହିଁ ।

ପାଣି: ଭ୍ୟାକସିନ୍ ନେବା ପୂର୍ବରୁ ଶରୀରରେ ପାଣିର ମାତ୍ରା କମ୍ ହେବା ଉଚିତ ନୁହେଁ । ମହିଳାମାନେ ଦିନରେ ୨.୭ ଲିଟର ଏବଂ ପୁରୁଷମାନେ ୩.୭ ଲିଟର ପାଣି ପିଇବା ଉଚିତ । ସମୟ ସମୟରେ ଲେମ୍ବୁ ପାଣି ପିଇବା ଦରକାର । ଏହାସହିତ କାକୁଡି ଏବଂ ଫଳ ମଧ୍ୟ ଖାଇପାରିବେ ଯାହା ଶରୀରରେ ପାଣିର ଅଭାବ ଦୂର କରିପାରିବ ।

ଟିକାକରଣ ପରେ କଣ ଖାଇପାରିବେ: ଭ୍ୟାକସିନ୍ ଲଗାଇବା ପରେ ଆପଣଙ୍କୁ ବାନ୍ତି ଲାଗିଲା ଭଳି ଅନୁଭୁତ ହୋଇପାରେ । ଏପରି ହେଲେ ଆପଣ ସେହି ଖାଦ୍ୟ ଖାଇବା ଦରକାର ଯାହା ସହଯରେ ହଜମ ହୋଇପାରୁ ଥିବ । ଏପରିସ୍ଥଳେ ସୁପ, ପଇଡ଼ ପାଣି ଏବଂ ଫଳ ଖାଇ ପାରିବେ । ତେଲରେ ଛଣା ହୋଇଥିବା ଖାଦ୍ୟ, ମାଂସ, ମିଠା ଏବଂ ଗରିଷ୍ଠ ଖାଦ୍ୟ ଠାରୁ ଦୂରେଇ ରହିବେ ।

Get real time updates directly on you device, subscribe now.