fbpx

ଏନ-୯୫ ମାସ୍କ ବ୍ୟବହାର କରିବାକୁ କାହିଁକି ମନାକଲେ କେନ୍ଦ୍ର ସରକାର ଜାଣନ୍ତୁ

ଦେଶ ଓ ରାଜ୍ୟରେ କରୋନା ସ୍ଥିତି ଗମ୍ଭୀର ହେବାରେ ଲାଗିଛି । କରୋନା ଭାଇରସର ଏପର୍ଯ୍ୟନ୍ତ ପ୍ରତିଷେଧକ ଟୀକା ମଧ୍ୟ ବାହାରି ପାରିନାହିଁ । ତେଣୁ ଏବେ ସଚେତନତା ହିଁ ଗୋଟିଏ ବାଟ, ଯାହାଦ୍ୱାରା ଆମେ କରୋନା ସଂକ୍ରମଣରୁ ରକ୍ଷା ପାଇ ପାରିବା । କରୋନା ପାଇଁ ମାସ୍କ ପିନ୍ଧିବା ଏବେ ଜରୁରୀ ହୋଇଯାଇଛି । ତେଣୁ ବଜାରରେ ବହୁ ପ୍ରକାରର ମାସ୍କ ମିଳୁଛି । ସବୁଠାରୁ ଏନ-୯୫ ମାସ୍କ କରୋନା ଜୀବାଣୁକୁ ଅଧିକ ରୋକିବା ନେଇ ସମସ୍ତଙ୍କ ମନରେ ଏକ ଭାବନା ରହିଛି । ଏହାସହ ପ୍ରାୟ ସମସ୍ତେ ଏନ-୯୫ ମାସ୍କ ବ୍ୟବହାର କରୁଥିଲେ । କିନ୍ତୁ ଏହାରି ମଧ୍ୟରେ ଏନ-୯୫ ମାସ୍କ ବ୍ୟବହାର ନକରିବାକୁ କେନ୍ଦ୍ର ସରକାରଙ୍କ ପକ୍ଷରୁ ସତର୍କ କରାଇ ଦିଆଯାଇଛି । ଏନେଇ ସମସ୍ତ ରାଜ୍ୟ ସରକାରଙ୍କୁ ଚିଠି ଲେଖି ଅବଗତ କରାଇଛନ୍ତି କେନ୍ଦ୍ର ସରକାର । ତେବେ ଜାଣନ୍ତୁ କାହିଁକି ଏନ-୯୫ ମାସ୍କ କାହିଁକି ବ୍ୟବହାର କରାଯିବ ନାହିଁ ।

ଏନ-୯୫ରେ ବ୍ୟବହାର ହୋଇଥିବା ଭାଲ୍‌ବ କ୍ଷତିକାରକ ହୋଇଥାଏ । କାରଣ ଏହି ଭାଲ୍‌ବ ମାଧ୍ୟମରେ କରୋନା ଭୂତାଣୁ ଆମ ଶରୀରରେ ପହଞ୍ଚିବାର ସମ୍ଭାବନା ରହିଛି । କାରଣ କିଛି ଦିନ ତଳେ ବାୟୁରେ କରୋନା ବ୍ୟାପୁଥିବା ନେଇ ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ ସ୍ପଷ୍ଟ କରିଥିଲା । ତେଣୁ ଏହି ମାସ୍କ ପିନ୍ଧିବା ବିପଦ ଜନକ ବୋଲି କେନ୍ଦ୍ର ସରକାର କହିଛନ୍ତି । ଏହାସହ କପଡ଼ା ମାସ୍କ ବ୍ୟବହାର କରିବାକୁ ଓ ସମ୍ପୂର୍ଣ୍ଣ ଭର ହେଉଥିବା ମାସ୍କ ପିନ୍ଧିବାକୁ ପରାମର୍ଶ ଦିଆଯାଇଛି । ବିନା ଭାଲ୍‌ବ ଥିବା ମାସ୍କ ପିନ୍ଧିବା ଆମ ପାଇଁ ସୁରକ୍ଷିତ ରହିବ ବୋଲି ପରାମର୍ଶ ଦିଆଯାଇଛି ।

Get real time updates directly on you device, subscribe now.