fbpx

ନାକରେ ଆଙ୍ଗୁଠି ପୂରାଇଲେ ମସ୍ତିଷ୍କକୁ ଚାଲିଯିବେ ଭାଇରସ ଓ ବ୍ୟାକ୍ଟେରିଆ: Alzheimer ଓ Dementia ଆଶଙ୍କା ବଢ଼ିଯିବ- ରିସର୍ଚ୍ଚ

ନୂଆଦିଲ୍ଲୀ: ନାକରେ ଆଙ୍ଗୁଠି ପୂରାଇବା ଅନେକ ଲୋକଙ୍କର ଏକ ଅଭ୍ୟାସ ରହିଥାଏ । ତେବେ ଏହି କୁଅଭ୍ୟାସ ପାଇଁ ଆପଣମାନେ ଭୟଙ୍କର ବିମାରୀର ଶିକାର ପାଲଟି ପାରନ୍ତି । ମସ୍ତିଷ୍କର ଭିତର ଅଂଶର ଅତି ନିକଟରେ ନାକ ରହିଥାଏ । ତେଣୁ ନାକରେ ଆଙ୍ଗୁଠି ପୂରାଇବା ସମୟରେ ଭାଇରସ୍ ଓ ବ୍ୟାକ୍ଟେରିଆ ନାକ ବାଟ ଦେଇ ମସ୍ତିଷ୍କରେ ପହଞ୍ଚିବାର ସମ୍ଭାବନା ରହିଥାଏ । ଏଭଳି ସ୍ଥିତିରେ ଅଲଝେଇମର ଓ ଡିମେନ୍ସିଆ ପରି ଭୟଙ୍କର ରୋଗରେ ଜଣେ ସଂକ୍ରମିତ ହୋଇପାରେ ବୋଲି ରିସର୍ଚ୍ଚରୁ ଜଣାପଡ଼ିଛି ।

ଅଷ୍ଟ୍ରେଲିଆର ଗ୍ରିଫିଥ ୟୁନିଭରସିଟିର ଗବେଷକଙ୍କ ଅନୁଯାୟୀ, ଏହି ଖରାପ ଅଭ୍ୟାସ ଦ୍ୱାରା ଆପଣଙ୍କର ସ୍ମରଣଶକ୍ତି ଦୁର୍ବଳ ହୋଇପାରେ । ନାକରେ ଆଙ୍ଗୁଠି ପୂରେଇବା ଅଭ୍ୟାସ ଦ୍ୱାରା ଲୋକଙ୍କୁ ଅଲଝେଇମର ଓ ଡିମେନ୍ସିଆ ଆକ୍ରାନ୍ତ କରିପାରେ । ଅଲଝେଇମର ବିମାରୀ ମଣିଷର ବ୍ରେନ ସହିତ ଜଡ଼ିତ ହୋଇଥିବାରୁ ଏହା ଦ୍ୱାରା ସ୍ମରଣଶକ୍ତି ଦୁର୍ବଳ ହୋଇଯିବ ନଚେତ୍ ସମ୍ପୂର୍ଣ୍ଣ ସମାପ୍ତ ହୋଇଯିବ । ଭାବିବା, ବୁଝିବାର କ୍ଷମତା ଉପରେ ଏହା ପ୍ରଭାବ ପକାଇପାରେ । ଏହି ବିମାରୀ ଗମ୍ଭୀର ରୂପ ଧାରଣ କଲେ ମଣିଷ ତା’ର ଦୈନନ୍ଦିନ କାର୍ଯ୍ୟ ମଧ୍ୟ ଠିକରେ କରିପାରିବ ନାହିଁ ।

ଡିମେନ୍ସିଆ ମଧ୍ୟ ମସ୍ତିଷ୍କ ସମ୍ବନ୍ଧୀୟ ଏକ ରୋଗ । ଭାରତରେ ୪୦ ଲକ୍ଷରୁ ଅଧିକ ଲୋକ ଡିମେନ୍ସିଆରେ ସଂକ୍ରମିତ ହୋଇଛନ୍ତି । ସାରା ଦୁନିଆରେ ୫ କୋଟି ଲୋକ ଏଥିରେ ସଂକ୍ରମିତ ହୋଇଥିବା ବିଶ୍ୱ ସ୍ୱାସ୍ଥ୍ୟ ସଂଗଠନ (ହୁ) ପକ୍ଷରୁ କୁହାଯାଇଛି । ଆମର ବ୍ରେନର ଥିବା ଶିଖିବା ଅଂଶକୁ ହିପୋକ୍ୟାମ୍ପସ କୁହାଯାଇଥାଏ । ଏହା ସର୍ବପ୍ରଥମେ ପ୍ରଭାବିତ ହୋଇଥାଏ । ତେଣୁ ସ୍ମରଣଶକ୍ତି ହ୍ରାସ ପାଇଯାଇଥାଏ । ପ୍ରତି ବର୍ଷ ପାଖାପାଖି ଏକ କୋଟି ନୂଆ ମାମଲା ଆସିଥାଏ । ରିସର୍ଚ୍ଚରମାନେ ଏହାର ପରୀକ୍ଷଣ ଏକ ମୂଷା ଉପରେ କରିଥିଲେ ।

Get real time updates directly on you device, subscribe now.