fbpx

‘ମୁଖ୍ୟମନ୍ତ୍ରୀ ଜଣେ ଥାର୍ଡ କ୍ଲାସ, ମିଛୁଆ, କୁଖ୍ୟାତ ଅପରାଧୀ’: ହାଏରେ ବିଧାତା… KCRଙ୍କୁ ଜଣେ BJP ସାଂସଦ ଏପରି କହିବା କେତେଦୂର ଯୁକ୍ତିଯୁକ୍ତ

ନୂଆଦିଲ୍ଲୀ: ଅନେକ ସମୟରେ କିଛି ରାଜନେତା ପରସ୍ପର ବିରୋଧରେ ଅନେକ ଅପଶବ୍ଦ ପ୍ରୟୋଗ କରି ବିବାଦ ଘେରକୁ ଆସିଥାନ୍ତି । ତେବେ ରାଜନୈତିକ ଆକ୍ରୋଶ ରଖି ଏଭଳି ଖରାପ ଶବ୍ଦ ପ୍ରୟୋଗ କରିବା ଗଣତନ୍ତ୍ର ପାଇଁ କେବେ ବି ଠିକ୍ ନୁହେଁ । ନିକଟରେ ତେଲେଙ୍ଗାନା ମୁଖ୍ୟମନ୍ତ୍ରୀ କେ.ଚନ୍ଦ୍ରଶେଖର ରାଓ (କେସିଆର)ଙ୍କ ବିରୋଧରେ ଏଭଳି କଡ଼ା ଶବ୍ଦ ପ୍ରୟୋଗ କରିଛନ୍ତି ଜଣେ ବିଜେପି ସାଂସଦ ।

କେସିଆର ସର୍ବଦା କେନ୍ଦ୍ରରେ ଶାସନାଧୀନ ବିଜେପି ସରକାର ବିରୋଧରେ ନିଜର ଆଭିମୁଖ୍ୟ ପ୍ରଦର୍ଶନ କରିଥାନ୍ତି । ତେବେ ଏହା ମଧ୍ୟରେ ଜଣେ ବିଜେପି ସାଂସଦ କେସିଆରଙ୍କୁ କଡ଼ା ଭାଷାରେ ଭର୍ତ୍ସନା କରିଛନ୍ତି । ନିଜାମାବାଦ ସାଂସଦ ଧର୍ମାପୁରୀ ଅରବିନ୍ଦ କେସିଆରଙ୍କ ବିରୋଧରେ ବିବାଦୀୟ ବୟାନ ଦେଇଛନ୍ତି । ଏହି ବୟାନକୁ ନେଇ ଅରବିନ୍ଦଙ୍କ ବିରୋଧରେ ମାମଲା ଦାୟର ହୋଇଥିବା ଜଣାପଡ଼ିଛି ।

ବିଜେପି ଅଫିସରେ ଆୟୋଜିତ ଏକ ପ୍ରେସ୍ ମିଟରେ ଅରବିନ୍ଦ କହିଥିଲେ, ‘କେସିଆର ଜଣେ ଥାର୍ଡ କ୍ଲାସ, ମିଛୁଆ ମଣିଷ ଓ କୁଖ୍ୟାତ ଅପରାଧୀ ଅଟନ୍ତି । ସେ ଜଣେ ଏକ ନମ୍ବର ଦୁଷ୍ଟ ବ୍ୟକ୍ତି, ତେଣୁ ତାଙ୍କୁ ବାହାରକୁ ଫୋପାଡ଼ି ଦେବା ଉଚିତ । ସେ ଲୋକଙ୍କର ଅର୍ଥ ଲୁଟି ନିଜେ ହଡ଼ପ କରିଛନ୍ତି । ଏପରି ବୋକା ଲୋକଙ୍କୁ ଜନତା ମୁଣ୍ଡରୁ ଗଣ୍ଡି ଅଲଗା କରି ଫିଙ୍ଗି ଦେବେ ।

Get real time updates directly on you device, subscribe now.