fbpx

ଡ୍ୟାନ୍ସର ସପନା ଚୌଧୁରୀଙ୍କ ବିରୋଧରେ ଠକେଇ ମାମଲା

ନୂଆଦିଲ୍ଲୀ,୧୧ ।୨: ହରିୟାଣାର ଗାୟିକା ତଥା ଡ୍ୟାନ୍ସର ସପନା ଚୌଧୁରୀଙ୍କ ନାଁରେ ଦିଲ୍ଲୀ ପୋଲିସ ନିକଟରେ ଏକ ମାମଲା ରୁଜୁ ହୋଇଛି । ଟଙ୍କା ହଡ଼ପ ଅଭିଯୋଗରେ ଏହି ମାମଲା ରୁଜୁ ହୋଇଛି । ପୋଲିସ ମୁତାବକ,ସପନାଙ୍କ ନାଁରେ ୪ କୋଟି ଟଙ୍କା ଠକି ନେଇଥିବା ଅଭିଯୋଗ ହୋଇଛି । ସେ ଷ୍ଟେଜ୍ ଶୋ’ ପାଇଁ ଏକ ପିଆର କମ୍ପାନୀଠାରୁ ଟଙ୍କା ନେଇଥିଲେ । କିନ୍ତୁ ଏହି ଶୋ’ କରି ନ ଥିଲେ । ଫଳରେ କମ୍ପାନୀ ପକ୍ଷରୁ ପୋଲିସ ସହାୟତା ନିଆଯାଇଥିଲା । ସପନାଙ୍କ ନାଁରେ ଧାରା ୪୨୦, ୧୨୦ ଏବଂ ୪୦୬ରେ ମାମଲା ରୁଜୁ କରାଯାଇଛି । ତେବେ ଦିଲ୍ଲୀର ଇଓଡବ୍ଲୁରେ ସପନାଙ୍କ ବିରୋଧରେ ଜାନୁଆରୀ ୧୦ରେ ମାମଲା ରୁଜୁ ହୋଇଥିଲା ।

Get real time updates directly on you device, subscribe now.