fbpx

ତିନିକୋଶିଆ ଜଙ୍ଗଲରେ ଲାଗିଲା ନିଆଁ

ବାଲେଶ୍ୱର,୪ ।୩(ଓଡିଶା ଭାସ୍କର): ବାଲେଶ୍ୱର ନୀଳଗିରି ତିନିକୋଶିଆ ଜଙ୍ଗଲରେ ଲାଗିଛି ନିଆଁ । ତିନିକୋଶିଆ ଜଙ୍ଗଲର ୭ରୁ ଅଧିକ ସ୍ଥାନରେ ନିଆଁ ଲାଗିଥିବା ଜଣାପଡିଛି । ନିଆଁ ଲାଗିବା ଯୋଗୁଁ ଜଙ୍ଗଲରେ ନିଆଁ ଯୋଗୁଁ ବନ୍ୟଜନ୍ତୁ ସହରମୁହାଁ ହୋଇଛନ୍ତି । ଫଳରେ ସହରରେ ଭାଲୁ ବୁଲୁଥିବାର ଦେଖିବାକୁ ମିଳିଛି ।

ଏହା ପୂର୍ବରୁ ଶିମିଳିପାଳ ଜଙ୍ଗଲରେ ନିଆଁ ଲାଗିଥିଲା । ଏହାଦ୍ୱାର ବହୁ ଔଷଧୀୟ ବୃକ୍ଷ ଓ ବନ୍ୟଜନ୍ତୁ ପୋଡ଼ି ହୋଇ ମରିବା ସହ ପ୍ରାକୃତିକ ସମ୍ପଦ ନଷ୍ଟ ହୋଇଥିଲା । ଏହି ଘଟଣାରେ ସ୍ଥାନୀୟ ଲୋକେ ଓ ଜଙ୍ଗଲି ଜନ୍ତୁ ଭୟଭୀତ । ଏ ନେଇ ଶିମିଳିପାଳକୁ ଏକ ଟିମ୍ ପଠାଯାଇଛି । ପିସିସିଏଫ୍ ୱାଇଲ୍ଡ ଲାଇଫ୍ ଟିମ୍ ଘଟଣାର ଅନୁଧ୍ୟାନ କରିବେ । କିପରି ଓ କାହିଁକି ନିଆଁ ଲାଗିଲା ତାହା ଅନୁଧ୍ୟାନ କରିବା ସହ ପଦକ୍ଷେପ ନେବେ ।

Get real time updates directly on you device, subscribe now.