fbpx

ନର୍ସିଂ ହୋମରେ ଅଗ୍ନିକାଣ୍ଡ: ଜୀବନ ବଞ୍ଚାଇବାକୁ ଧାଇଁଲେ ରୋଗୀ, ନିଶ୍ୱାସ ନନେଇ ପାରିବାରୁ ଡାକ୍ତର ଓ ପୁଅ-ଝିଅ ମୃତ

ଆଗ୍ରା: ଉତ୍ତରପ୍ରଦେଶର ଆଗ୍ରାରେ ଆଜି ସକାଳ ୫ଟାରେ ଘଟିଯାଇଛି ଏକ ବଡ଼ ଅଘଟଣ । ଆର ମଧୁରାଜ ନର୍ସିିଂ ହୋମରେ ନିଆଁ ଲାଗିଯିବାରୁ ତାର ସଞ୍ଚାଳକ ଡାକ୍ତର ରାଜନ, ତାଙ୍କ ପୁଅ ଓ ଝିଅଙ୍କର ମୃତ୍ୟୁ ହୋଇଛି । କୁହାଯାଇଛି କି, ଡାକ୍ତର ନିଜ ପରିବାର ସହ ନର୍ସିଂ ହୋମର ପ୍ରଥମ ମହଲାରେ ରହୁଥିଲେ ।

ତେବେ ଆଜି ସକାଳେ ନିଆଁ ଲାଗିବା କାରଣରୁ ନର୍ସିଂ ହୋମ ଭିତରେ ଧୁଆଁ ବ୍ୟାପିଯାଇଥିଲା । ଏହା ଫଳରେ ରୋଗୀମାନେ ପ୍ରାଥ ବିକଳରେ ଏଣେତେଣେ ଦୌଡ଼ିବାକୁ ଲାଇଥିଲେ । ଚାହୁଁ ଚାହୁଁ ନର୍ସିଂ ହୋମର ବଡ଼ ଭାଗରେ ନିଆଁ ବ୍ୟାପିଯାଇଥିଲା ଓ ଚାରିଆଡେ ଚିତ୍କାର ଶୁଣିବାକୁ ମିଳିଥିଲା । ନର୍ସିଂ ହୋମରେ ଚିକିତ୍ସିତ ହେଉଥିବା ରୋଗୀଙ୍କୁ ବଡ଼ କଷ୍ଟରେ ସେଠାରୁ ବାହାର କରାଯାଇଥିଲା ଓ ସେମାନଙ୍କୁ ସ୍ଥାନୀୟ ମେଡିକାଲକୁ ନିଆଯାଇଥିଲା ।

ସୂଚନା ଅନୁସାରେ, ଅଗ୍ନିକାଣ୍ଡ ସମୟରେ ୭ ରୋଗୀ ଓ ୫ କର୍ମଚାରୀ ମେଡିକାଲରେ ଥିଲେ । ସେମାନଙ୍କ ମଧ୍ୟରୁ ୩ ଜଣଙ୍କର ଅବସ୍ଥା ଗୁରୁତର ବୋଲି କୁହାଯାଉଛି । ନର୍ସିଂ ହୋମ୍ ଗ୍ରାଉଣ୍ଡ ଫ୍ଲୋରରେ ଥିବା ବେଳେ ସଞ୍ଚାଳକ ଡାକ୍ତର ରାଜନ ନିଜ ପରିବାର ସହ ପ୍ରଥମ ମହଲାରେ ରହୁଥିଲେ । ଦୁର୍ଘଟଣା ପରେ ନର୍ସିଂ ହୋମ୍ ସଞ୍ଚାଳକ ରାଜନ ତାଙ୍କ ଝିଅ ସିମରନ ଓ ପୁଅ ଋଷି ନିଆଁରେ ଫସିଯାଇଥିଲେ ।

आग लगने से डॉक्टर और उसके दो बच्चों की मौत (फाइल-फोटो)

୩ ଜଣଙ୍କୁ ଉଦ୍ଧାର କରାଯିବା ପରେ ସରୋଜିନୀ ନାଇଡୁ ମେଡିକାଲ କଲେଜର ଜରୁରୀକାଳୀନ ୱାର୍ଡରେ ଭର୍ତ୍ତି କରାଯାଇଥିଲା । କିନ୍ତୁ ଚିକିତ୍ସା ସମୟରେ ଡାକ୍ତର ଓ ତାଙ୍କ ୧୪ ବର୍ଷୀୟା ଝିଅ ଓ ପୁଅ ପ୍ରାଣ ହରାଇଥିଲେ । ସୂଚନା ପାଇବା ପରେ ଏସଏସପି ଘଟଣାସ୍ଥଳରେ ପହଞ୍ଚି ମାମଲାର ଯାଞ୍ଚ କରୁଛନ୍ତି । ସର୍ଟ ସର୍କିଟ ଯୋଗୁଁ ଏହି ଅଗ୍ନିକାଣ୍ଡ ଘଟିଥିବା ଅନୁମାନ କରାଯାଉଛି । ମାମଲାକୁ ଗୁରୁତର ସହ ନେଇ ତଦନ୍ତ ଚାଲିଛି ।

Get real time updates directly on you device, subscribe now.