fbpx

ତହସିଲ ଅଫିସରେ ଅଗ୍ନିକାଣ୍ଡ, ଦୁବୃର୍ତ୍ତ ଅଟକ

ସମ୍ବଲପୁର,୨୦ ।୧୧(ଓଡିଶା ଭାସ୍କର) : ସମ୍ବଲପୁର ଜିଲ୍ଲା ରେଙ୍ଗାଳି ତହସିଲ ଅଫିସରେ ଅଗ୍ନିକାଣ୍ଡ । ତହସିଲ ଅଫିସ ଭିତରେ ପଶି ଅଜଣା ବ୍ୟକ୍ତି ନିଆଁ ଲଗାଇଥିବା ସୂଚନା ମିଳିଛି । ହଠାତ୍ ନିଆଁ ଲାଗିବାରୁ ବହୁ ଗୁରୁତ୍ୱପୂର୍ଣ୍ଣ କାଗଜ ପୋଡି ପାଉଁଶ ହୋଇଛି । ଘଟଣାସ୍ଥଳରେ ପହଞ୍ଚି ନିଆଁକୁ ଆୟତ୍ତ କରିଛନ୍ତି ଅଗ୍ନିଶମ କର୍ମଚାରୀ । ଏହି ଘଟଣାରେ ସମ୍ପୃକ୍ତ ଥିବା ଦୁବୃର୍ତ୍ତ ଜଣକ ଅଟକ ଥିବା ଜଣାପଡିଛି । ତେବେ ଦୁବୃର୍ତ୍ତ ଜଣକ କାହିଁକି ତହସିଲରେ ନିଆଁ ଲଗାଇଥିଲେ, ତାହାର କାରଣ ବର୍ତ୍ତମାନ ସୁଦ୍ଧା ଜଣା ପଡିନାହିଁ ।

Get real time updates directly on you device, subscribe now.