fbpx

ବଡ଼ଯାଆ ଉପରେ କିରାସିନି ଢାଳି ନିଆଁ ଲଗାଇ ଦେଲା ସାନଯାଅ, ଏବେ ଗୁରୁତର ଅବସ୍ଥାରେ ଜୀବନ ମରଣ ସହ ସଂଘର୍ଷ କରୁଛି ‘ସଙ୍ଗୀତା’

ଭଞ୍ଜନଗର(ଆପ୍ର): ଘରୋଇ କଳିକୁ କେନ୍ଦ୍ରକରି ଅଭାବନୀୟ ଘଟଣା ଘଟିଯାଇଛି ଭଞ୍ଜନଗରରେ । ପରିସ୍ଥିତି ଏମିତି ହୋଇଛି ଯେ ଗୋଟିଏ ପରିବାରରେ ରହୁଥିବା ଦୁଇ ଯାଆ ମଧ୍ୟରେ ହାତାହାତି ହେବା ସହ ଜଣେ ଆଉଜଣଙ୍କ ଉପରକୁ କିରୋସିନି ଢାଳି ନିଆଁ ଲଗାଇ ଦେଇଛି । ଗୁରୁତର ଅବସ୍ଥାରେ ଆହତ ମହିଳାଙ୍କୁ ମେଡିକାଲ୍‌ରେ ଭର୍ତ୍ତି କରାଯାଇଛି ।

ପ୍ରକାଶ ଯେ ଗଞ୍ଜାମ ଜିଲ୍ଲା ଭଞ୍ଜନଗର ଥାନା ଅନ୍ତର୍ଗତ ବଡପଥରା ଗାଁରେ ଘଟିଛି ଏଭଳି ଘଟଣା । ଆହତ ମହିଳା ଜଣକ ହେଉଛନ୍ତି ସଙ୍ଗୀତା ସ୍ୱାଇଁ ।ସାନ ଯାଆ ଅମିତା ସହ ସଙ୍ଗୀତାଙ୍କର କୌଣସି କାରଣରୁ ଗଣ୍ଡଗୋଳ ହୋଇଥିଲା । ଫଳରେ ସାନ ଯାଆ ଅମିତା ଉତ୍ତ୍ୟକ୍ତ ହୋଇ ବଡ ଯାଆ ସଙ୍ଗୀତାଙ୍କ ଉପରକୁ କିରାସିନି ଢାଳି ନିଆଁ ଲଗାଇ ଦେଇଥିଲା । ସଙ୍ଗୀତାଙ୍ଗ ସ୍ୱାମୀ ସନ୍ତୋଷ ତାଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର କରି ପ୍ରଥମେ ଭଞ୍ଜନଗର ଓ ପରେ ବ୍ରହ୍ମପୁର ମେଡ଼ିକାଲକୁ ନେଇଛନ୍ତି । ମେଡିକାଲରେ ଭଞ୍ଜନଗର ଥାନାଧିକାରୀ ସୁଦୀପ କୁମାର ସାହୁ ଓ ଏସ୍‌ଆଇ ସମୀର ବେହେରା ପହଞ୍ଚି ଘଟଣାର ତଦନ୍ତ ଆରମ୍ଭ କରିଥିବା ବେଳେ ଘଟଣାକୁ ନେଇ ସଙ୍ଗୀତାଙ୍କ ବୟାନ ରେକର୍ଡ କରିଛନ୍ତି । ତେବେ ଆହତ ମହିଳାଙ୍କ ଅବସ୍ଥା ସଙ୍କଟାପନ୍ନ ରହିଥିବା ଚିକିତ୍ସା କରୁଥିବା ଡାକ୍ତର କହିଛନ୍ତି ।

Get real time updates directly on you device, subscribe now.