fbpx

ଆମେରିକାରେ ପୁଣି ଗୁଳିମାଡ଼, ୩ ଜଣକ ମୃତ୍ୟୁ

ନୂଆଦିଲ୍ଲୀ: ଆମେରିକାରେ ଲଗାତାର ଦ୍ୱିତୀୟ ଦିନରେ ଗୁଳିକାଣ୍ଡ ଘଟଣା ସାମ୍ନାକୁ ଆସିଛି । ଇଣ୍ଡିଆନାରେ ଗୁଳିକାଣ୍ଡ ଯୋଗୁଁ ୩ ଜଣଙ୍କ ଘଟଣାସ୍ଥଳରେ ମୃତ୍ୟୁ ହୋଇଛି । ଆକ୍ରମଣକାରୀ ୧୦ ଜଣକୁ ଗୁଳିମାରିଥିବା ନେଇ ଖବର ରହିଛି । ଘଟଣା ବ୍ରେଇଣ୍ଡିଆନାର ଗୈରୀ ଠାରେ ଘଟିଛି । ଏଠାରେ ଏକ ବ୍ଲକ୍ ପାର୍ଟୀରେ ଏହି ଘଟଣା ଘଟିଛି ।

ସୂଚନାଯୋଗ୍ୟ, ସୋମବାର ସ୍ୱତନ୍ତ୍ରତା ଦିବସ ପାଳନ ଅବସରରେ ଚିକାଗୋରେ ଗୁଳିକାଣ୍ଡ ସମସ୍ତଙ୍କୁ ଚକିତ କରିଦେଇଥିଲା । ଏଠାରେ ଏକ ପରେଡ ସମୟରେ ହଠାତ୍ ଜଣେ ଦୁର୍ବୁତ୍ତ ନିକଟରେ ଥିବା ଏବ ବିଲ୍ଡିଂର ଛାତ ଉପରୁ ଆଖିବୁଜା ଗୁଳିଚାଳନା କରିଥିଲା । ପରେଡରେ ଗୁଳିମାଡ଼ ଯୋଗୁଁ ଆତଙ୍କ ଖେଳିଯାଇଥିଲା । ଘଟଣାରେ ୬ ଜଣଙ୍କ ମୃତ୍ୟୁ ହୋଇଥିବାବେଳେ ୨୪ ଜଣ ଆହତ ହୋଇଥିଲେ । ତେବେ ପୋଲିସ ଆକ୍ରମଣକାରୀକୁ ଧରିବାରେ ସକ୍ଷମ ହୋଇଥିଲା ।

ମିଳିଥିବା ସୂଚନା ଅନୂଯାୟୀ, ଆକ୍ରମଣକାରୀର ଚିହ୍ନଟ ବବି କ୍ରମୋ ଭାବରେ ହୋଇଥିଲା, ତା’ର ବୟସ ୨୨ ବର୍ଷ ଥିଲା । ଏହା ପୂର୍ବରୁ ଏଠାରେ ଏକ ସ୍କୁଲରେ ଗୁଳିକାଣ୍ଡରେ ଅନେକ ପିଲାଙ୍କ ସହ ୨୧ ଜଣଙ୍କ ମୃତ୍ୟୁ ହୋଇଥିଲା ।

Get real time updates directly on you device, subscribe now.