fbpx

ଆମେରିକାର ଫେଡ ଏକ୍ସ ସେଣ୍ଟରରେ ଗୁଳିକାଣ୍ଡ: ୪ ଶିଖ୍ ସମେତ ୮ଜଣଙ୍କ ମୃତ୍ୟୁ

ଆମେରିକା , 17/4 : ଆମେରିକାର ଇଣ୍ଡିଆନା ରାଜ୍ୟରେ ଗୁରୁବାର ରାତିରେ ଏକ ଫେଡଏକ୍ସ ୱେଆରହାଉସରେ ଗୁଳିକାଣ୍ଡ ଘଟିଛି । ଯେଉଁଥିରେ ୪ ଶିଖଙ୍କ ସହିତ ୮ ଜଣଙ୍କ ମୃତ୍ୟୁ ଘଟଛି । ଗୁଳିକାଣ୍ଡ ଘଟାଇଥିବା ଜଣକ ଇଣ୍ଡିଆନାର ୧୯ ବର୍ଷୀୟ ବ୍ରେଡେନ ସ୍କଟ ହୋଲ । ଅରୋପୀ ଲୋକଙ୍କୁ ମାରିବା ପରେ ନିଜେ ଆତ୍ମହତ୍ୟା କରିଛି ।
ଡେଲୀଭରି ସେବା ପ୍ରଦାନ କରୁଥିବା ସଂସ୍ଥା ଫେଡ଼ ଏକ୍ସ ଠାରେ କାମ କରୁଥିବା ୯୦ ପ୍ରତିଶତ ଲୋକ ଭାରତ-ଆମେରିକୀୟ ଅଟନ୍ତି । ଏଠାରେ ରେ କାମ କରୁଥିବା ଅଧିକାଂଶ ଲୋକ ସ୍ଥାନୀୟ ଶିଖ୍ ସମୁଦାୟର ଅଟନ୍ତି । ସମୁଦାୟର ନେତା ଗୁରିନ୍ଦର ସିଂହ ଖାଲସା କହିଛନ୍ତି । ଏହା ଏକ ଦୁଃଖଦ ଘଟଣା, ଏହାକୁ ନେଇ ଶିଖ୍ ସମୁଦାୟ ଶୋକ ପ୍ରକାଶ କରୁଛି ।
ବାଇଡେନଙ୍କ ଦୁଃଖ ପ୍ରକାଶ:
ସମ୍ବାଦ ସରବରହହ ସଂସ୍ଥା ଏପି ଅନୁଯାୟୀ ଆରୋପୀ ବ୍ରେଡେନ ଫେଡ଼ ଏକ୍ସ ର ସେଣ୍ଟରରେ କାମ କରୁଥିଲା । ସେପଟେ ରାଷ୍ଟ୍ରପତି ଜୋ ବାଇଡେନ କହିଛନ୍ତି, ଗୁଳିକାଣ୍ଡର ସୂଚନା ମିଳିଛି । ସେ ଘଟଣାକୁ ନେଇ ଏକ ବିବୃତି ରଖିଛନ୍ତି “ବନ୍ଧୁକଧାରୀ ହିଂସାକୁ ସେ ମହାମାରୀ ବୋଲି କହିଛନ୍ତି। ସେ ଏକ ବିବୃତ୍ତିରେ କହିଛନ୍ତି ଯେ, ବନ୍ଧୁକଧାରୀଙ୍କ ହିଂସାରୁ ପ୍ରତିଦିନ ଅନେକ ଆମେରିକୀୟ ମୃତ୍ୟୁବରଣ କରୁଛନ୍ତି। ଏହା ଆମ ଚରିତତ୍ରରେ ଦାଗ ଲଗାଉଛିଏବଂ ଆମ ଜାତିର ଆତ୍ମା ଉପରେ ଆକ୍ରମଣ କରୁଛି ।

Get real time updates directly on you device, subscribe now.