fbpx

ଡେନମାର୍କ ରାଜଧାନୀ କପେନେଗେନର ସପିଂ ମଲରେ ଅନ୍ଧାଧୁନ ଗୁଳିମାଡ, ୩ ମୃତ

ନୂଆଦିଲ୍ଲୀ: ଡେନମାର୍କର କପେନେଗେନ ଏକ ମଲରେ ବ୍ୟାପକ ଗୁଳି ବିନିମୟ ହୋଇଛି। ଗୁଳି ବିନିମୟରେ ଅନେକ ଲୋକଙ୍କ ମୃତ୍ୟୁ ହୋଇଥିବା ଖବର ରହିଛି। ପୋଲିସ ଘଟଣାସ୍ଥଳରୁ ଜଣଙ୍କୁ ଗିରଫ କରିଛି ଏବଂ ଅଧିକ ତଦନ୍ତ ଜାରି ରହିଛି। ତେବେ କେତେ ଲୋକ ଆହତ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ହୋଇନାହିଁ, କପେନେଗେନ ମେୟର ଏହି ଆକ୍ରମଣକୁ ଗୁରୁତର ମନେ କରୁଛନ୍ତି।

Danish police receives reports of shooting at Field's shopping centre, in Copenhagen

କିଛି ଫଟୋ ମଧ୍ୟ ସେହି ସ୍ଥାନରୁ ବାହାରିଛି ଯେଉଁଠାରେ ଲୋକମାନେ ଭୟଭୀତ ହୋଇ ଏଠାରୁ ସେଠାକୁ ଦୌଡୁଥିବାର ଦେଖାଯାଉଛି। କୁହାଯାଉଛି ଯେ ମଲରେ ଗୁଳି ବିନିମୟ ହେବା ମାତ୍ରେ ଲୋକମାନେ ବାହାରକୁ ଦୌଡ଼ିଥିଲେ। ଲୋକେ ବିବିଭିନ୍ନ ସ୍ଥାନରେ ଯାଇ ଲୁଚିଯାଇଥିଲେ। ସ୍ଥାନୀୟ ଲୋକ କହିଛନ୍ତି ଯେ ଗୁଳିର ବହୁତ ଉଚ୍ଚ ସ୍ୱର ଥିଲା। ତାଙ୍କ କହିବାନୁସାରେ, ତିନିରୁ ଚାରି ରାଉଣ୍ଡ ଗୁଳି ବିନିମୟ ହୋଇଥିଲା। ଗୁଳି ବିନିମୟ ପରେ ଘଟଣାସ୍ଥଳରେ ଭାରୀ ପୋଲିସ ଫୋର୍ସ ମୁତୟନ କରାଯାଇଛି। ଏହି ଅଂଚଳରେ ବୁଲାବୁଲି ନକରିବାକୁ ଲୋକଙ୍କୁ ନିବେଦନ କରାଯାଇଛି। ଏହି ଆକ୍ରମଣରେ ଅନେକ ଲୋକଙ୍କର ମୃତ୍ୟୁ ହୋଇଥିବା ପୋଲିସ ମଧ୍ୟ ସୂଚନା ଦେଇଛି।

Danish police receives reports of shooting at Field's shopping centre, in Copenhagen

ଏଥି ସହିତ, ସମଗ୍ର ଘଟଣା ସମ୍ପର୍କରେ ମେୟର ସୋଫି ହାଷ୍ଟର୍ପ ଆଣ୍ଡର୍ସେନ୍ କହିଛନ୍ତି ଯେ କେତେ ଲୋକ ଆହତ ହୋଇଛନ୍ତି କିମ୍ବା କେତେ ଜଣଙ୍କର ମୃତ୍ୟୁ ହୋଇଛି ତାହା ଏପର୍ଯ୍ୟନ୍ତ ଜଣା ପଡିନାହିଁ, କିନ୍ତୁ ଏହି ଆକ୍ରମଣ ଚିନ୍ତାଜନକ। ସୂଚନା ମୁତାବକ, ଆହତମାନଙ୍କୁ ଚିକିତ୍ସା ପାଇଁ କେପେହେଗନ ଏକ ପ୍ରମୁଖ ହସ୍ପିଟାଲରେ ଭର୍ତ୍ତି କରାଯାଉଛି। ବର୍ତ୍ତମାନ ତିନିରୁ ଅଧିକ ରୋଗୀ ଡାକ୍ତରଖାନାରେ ଚିକିତ୍ସିତ ହେଉଛନ୍ତି। କିନ୍ତୁ ଆଶଙ୍କା ପ୍ରକାଶ ପାଇଛି ଯେ ଏହି ସଂଖ୍ୟା ଅଳ୍ପ ସମୟ ମଧ୍ୟରେ ବଢିପାରେ, ଯେଉଁଥିପାଇଁ ଡାକ୍ତରଖାନାରେ ନର୍ସ ଏବଂ ସର୍ଜନଙ୍କ ସଂଖ୍ୟା ବୃଦ୍ଧି କରାଯାଇଛି।

Shooting Reported in Copenhagen Shopping Center, Three Injured -  18.03.2015, Sputnik International

 

Get real time updates directly on you device, subscribe now.