fbpx

୩୫୦୦ ଫୁଟ ଉପରେ ଉଡ଼ୁଥିଲା ବିମାନ: ଭୁପୃଷ୍ଠରୁ ବାଜିଲା ଗୁଳି, ଆଉ ତା’ପରେ …

ମ୍ୟାଁମାରରେ ଏକ ଆଶ୍ଚର୍ଯ୍ୟକର ଘଟଣା ସାମ୍ନାକୁ ଆସିଛି । ପ୍ରକୃତରେ ଭୁପୃଷ୍ଠରୁ ଚଳାଯାଇଥିବା ଗୁଳି ଆକାଶରେ ଉଡ଼ୁଥିବା ଏକ ବିମାନର ଯାତ୍ରୀଙ୍କ ଦେହରେ ବାଜିଛି । ଏହା ଯୋଗୁଁ ଯାତ୍ରୀ ଆହତ ହୋଇଛନ୍ତି । ମ୍ୟାଁମାର ନାସନାଲ ଏୟାରଲାଇନ୍ସର ବିମାନ ୬୩ ଯାତ୍ରୀଙ୍କୁ ନେଇ ଯାଉଥିଲା, ଯାହା ଲାଇକୋଭରେ ଓହ୍ଲାଇବାର ଥିଲା । ଏହାର ଏକ ଫଟୋ ସାମ୍ନାକୁ ଆସିଛି । ବିମାନରେ ଗୁଳିର ବାଜିଥିବା ସ୍ଥାନ ଦେଖାଯାଉଛି ଏବଂ ଜଣେ ଯାତ୍ରୀ ରକ୍ତାକ୍ତ ଅବସ୍ଥାରେ ବିମାନ ସିଟରେ ବସିଥିବାର ଦେଖାଯାଉଛି ।

ବିମାନରେ ଗୁଳି ସେତେବେଳେ ଲାଗିଥିଲା ଯେତେବେଳ ତାହା ୩୫୦୦ ଫୁଟ୍ ଉପରେ ଉଡ଼ୁଥିଲା । ଲୋଇକୋଭରେ ମ୍ୟାଁମାର ନାସନାଲ ଏୟାରଲାଇନ୍ସର କାର୍ଯ୍ୟାଳୟ କହିଛି ଯେ ସହର ପାଇଁ ସବୁ ଉଡ଼ାଣକୁ ଅନିଶ୍ଚିତ କାଳ ପାଇଁ ବାତିଲ କରାଯାଇଛି । ସେପଟେ ମ୍ୟାଁମାର ସୈନ୍ୟ ସରକାର ବିଦ୍ରୋହୀ ବଳ ବିମାନ ଉପରେ ଗୁଳି ଚଳାଇଥିବା ଅଭିଯୋଗ ଆଣିଛି । ଅବଶ୍ୟ ବିଦ୍ରୋହୀ ସମୂହ ଅଭିଯୋଗକୁ ଖଣ୍ଡନ କରିଛନ୍ତି ।

ସୂଚନାଯୋଗ୍ୟ, ସେନାଦ୍ୱାରା ଗତ ବର୍ଷ ଲୋକତାନ୍ତ୍ରିକ ଭାବରେ ନିର୍ବାଚିତ ହୋଇଥିବା ସରକାରଙ୍କୁ ମୂଳପୋଛ କରିବା ଏବଂ ସତ୍ତାରେ ଆସିବା ପରେ କାୟା ରାଜ୍ୟରେ ସୈନ୍ୟ ଏବଂ ବିଦ୍ରୋହୀ ସମୂହଙ୍କ ମଧ୍ୟରେ ତୀବ୍ର ଲଢ଼େଇ ଦେଖିବାକୁ ମିଳିଛି । ସୈନ୍ୟ ସରକାରଙ୍କ କହିବା ଅନୂଯାୟୀ ଏହି ଗୁଳିବିନିମୟ କରେନ୍ନୀ ନାସନାଲ ପ୍ରୋଗେସିଭ୍ ପାର୍ଟୀ ସରକାର ସହ ଲଢ଼ୁଥିବା ଏକ ମିଲିସିଆ ଏବଂ ପିପୁଲ୍ସ ଡିଫେନ୍ସ ଫୋର୍ସରେ ତାଙ୍କର ସହଯୋଗୀଙ୍କ ଦ୍ୱାରା କରାଯାଇଥିଲା ।

Get real time updates directly on you device, subscribe now.