fbpx

ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼: ଛାତିରେ ବାଜିଛି ଗୁଳି, ଅବସ୍ଥା ଗୁରୁତର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସ୍ୱାସ୍ଥ୍ୟମନ୍ତ୍ରୀ ନବ ଦାସଙ୍କୁ ଗୁଳିମାଡ଼ ହୋଇଛି । ତେବେ ସ୍ୱାସ୍ଥ୍ୟମନ୍ତ୍ରୀଙ୍କ ଛାତିରେ ଗୁଳି ବାଜିଥିବା ଜଣାପଡ଼ିଛି । ଆଜି ବ୍ରଜରାଜନଗର ଗସ୍ତରେ ସ୍ୱାସ୍ଥ୍ୟମନ୍ତ୍ରୀ ଯାଇଥିବା ସମୟରେ ଦୁର୍ବୃତ୍ତମାନେ ତାଙ୍କ ଉପରକୁ ଗୁଳିମାଡ଼ କରିଥିଲେ । ତେବେ ମନ୍ତ୍ରୀଙ୍କୁ ଗୁରୁତର ଅବସ୍ଥାରେ ମେଡିକାଲ ନିଆଯାଇଥିବା ଜଣାପଡ଼ିଛି ।

ଆଜି ଏକ କାର୍ଯ୍ୟକ୍ରମରେ ଯୋଗଦେବା ପାଇଁ ଶ୍ରୀ ଦାସ ଝାରସୁଗୁଡ଼ା ଜିଲ୍ଲା ବ୍ରଜରାଜନଗର ଗସ୍ତରେ ଯାଇଥିଲେ । ତେବେ କାର୍ଯ୍ୟକ୍ରମରେ ଯୋଗଦେବାକୁ ଯିବା ସମୟରେ ତାଙ୍କୁ ଗୁଳିମାଡ଼ କରାଯାଇଥିଲା । ମନ୍ତ୍ରୀଙ୍କୁ ଅତି ନିକଟରୁ ଗୁଳିମାଡ଼ କରାଯାଇଥିବା ଜଣାପଡ଼ିଛି । ତେଣୁ ପୋଲିସ ବେଶରେ କେହି ମନ୍ତ୍ରୀଙ୍କୁ ଗୁଳିମାଡ଼ କରିଥିବା ସନ୍ଦେହ କରାଯାଉଛି ।

ବ୍ରଜରାଜନଗରର ଗାନ୍ଧି ଛକ ନିକଟରେ ଏହି ଗୁଳିମାଡ଼ ହୋଇଥିଲା । ଗୁଳି ମନ୍ତ୍ରୀଙ୍କ ଛାତିରେ ବାଜିଥିବାରୁ ତାଙ୍କର ଅବସ୍ଥା ସଙ୍କଟଜନକ ରହିଛି । ରକ୍ତ ଜୁଡ଼ୁବୁଡ଼ୁ ଅବସ୍ଥାରେ ମନ୍ତ୍ରୀଙ୍କୁ ମେଡିକାଲ ନିଆଯାଇଛି । ତେବେ ଏହି ଗୁଳିକାଣ୍ଡ ପରେ ଘଟଣାସ୍ଥଳରେ ପ୍ରବଳ ଉତ୍ତେଜନା ପରିସ୍ଥିତି ସୃଷ୍ଟି ହୋଇଛି । ତେବେ ମନ୍ତ୍ରୀଙ୍କୁ କିଏ ଓ କାହିଁକି ଗୁଳିମାଡ଼ କଲା, ସେନେଇ କିଛି ସ୍ପଷ୍ଟ ହୋଇନାହିଁ । ଆଗକୁ ପୋଲିସ ତଦନ୍ତ ପରେ ଏନେଇ ଅଧିକ ତଥ୍ୟ ସାମ୍ନାକୁ ଆସିବ ।

Get real time updates directly on you device, subscribe now.