fbpx

ଭାରତର ପ୍ରଥମ AI Anchor: ଜନସାଧାରଣ ପାଇବେ ଉଚ୍ଚମାନର ନ୍ୟୁଜ୍ ଅପଡେଟ୍

ନୂଆଦିଲ୍ଲୀ: ଦିନକୁ କୃତ୍ରିମ ବୁଦ୍ଧିମତା (ଏଆଇ) କ୍ଷେତ୍ରରେ ମଣିଷ ଆଗକୁ ବଢ଼ିବାରେ ଲାଗିଛି । ଭବିଷ୍ୟତରେ ଏଆଇ ବିଭିନ୍ନ କ୍ଷେତ୍ରକୁ ବିସ୍ତାର ଲାଭ କରିବାକୁ ଯାଉଥିବା ବେଳେ ଏହାକୁ ନେଇ ବିଶ୍ୱର ବଡ଼ ବଡ଼ ବୈଜ୍ଞାନିକ ଓ ଉଦ୍ୟୋଗୀମାନେ ଚିନ୍ତା ପ୍ରକଟ କରିଛନ୍ତି । ଏହା ମଣିଷର କାର୍ଯ୍ୟକୁ ସହର ଓ ସରଳ କରିଦେବ ବୋଲି ଅନେକ ଯୁକ୍ତି ବାଢ଼ୁଥିବା ବେଳେ ଏହା ମଣିଷ ପାଇଁ ବିପଦ ସାଜିବ ବୋଲି ଆଉ କିଛି ମତ ଦେଉଛନ୍ତି ।

ତେବେ ଏହା ମଧ୍ୟରେ ଭାରତର ପ୍ରଥମ ଏଆଇ ନ୍ୟୁଜ୍ ଆଙ୍କରକୁ ଲଞ୍ଚ କରାଯାଇଛି । ଭାରତୀୟ ମିଡ଼ିଆ ଗ୍ରୁପ୍ ‘ଇଣ୍ଡିଆ ଟୁଡେ’ ପକ୍ଷରୁ ଜଣେ ଏଆଇ ମହିଳା ଆଙ୍କରକୁ ଉପସ୍ଥାପନ କରାଯାଇଛି । ଏହି ଏଆଇ ଆଙ୍କର ଅବିକଳ ଜଣେ ନ୍ୟୁଜ ଉପସ୍ଥାପିକ / ଉପସ୍ଥାପିକାଙ୍କ ଭଳି ଷ୍ଟୁଡିଓରେ ନ୍ୟୁଜ୍ ପରିବେଷଣ କରିପାରୁଛି । ଏଥିସହିତ ସିନିୟର ବା ଅଫିସ ସହକର୍ମୀଙ୍କ ନ୍ୟୁଜ୍ ସମ୍ବନ୍ଧୀୟ ପ୍ରତ୍ୟେକ ପ୍ରଶ୍ନର ସଠିକ୍ ଉତ୍ତର ମଧ୍ୟ ଦେଇପାରୁଛି ।

ତେବେ ଏହି ଏଆଇ ଆଙ୍କରର ନାମ ସାନା ରଖାଯାଇଛି । ଇଣ୍ଡିଆ ଟୁଡେ କ୍ଲନକ୍ଲେଭ ୨୦୨୩ ଅବସରରେ ସଂସ୍ଥାର ଅଧ୍ୟକ୍ଷ କାଲି ପୁରୀ ଏହାକୁ ଲଞ୍ଚ କରିଥିଲେ । ଏହି ଆଙ୍କର କାର୍ଯ୍ୟକ୍ଷେତ୍ରରେ ନିପୁଣ ହେବା ସହ ଉଚ୍ଚ ମାନର ନ୍ୟୁଜ୍ ଜନସାଧାରଣଙ୍କୁ ପ୍ରଦାନ କରିବା କ୍ଷେତ୍ରରେ ସହାୟକ ହୋଇପାରିବ । ତେବେ ମାନବ ଆଙ୍କରଙ୍କ ସ୍ଥାନରେ ଆଙ୍କର ସାନାକୁ ବଦଳାଯିବ ନାହିଁ ବୋଲି ଅଧ୍ୟକ୍ଷ କହିଛନ୍ତି ।

Get real time updates directly on you device, subscribe now.