fbpx

ଆସୁଛି ୨୦୨୧ର ପ୍ରଥମ ବାତ୍ୟା ‘ତଉକ୍ତେ’

ନୂଆଦିଲ୍ଲୀ, ୧୧/୦୫(ଓଡିଶା ଭାସ୍କର): ମାଡି ଆସୁଛି ବାତ୍ୟା ‘ତଉକ୍ତେ’ । ୨୦୨୧ର ପ୍ରଥମ ବାତ୍ୟା ଭାବରେ ଏହା ଆରବ ମହାସାଗରରେ ସୃଷ୍ଟି ହେଉଛି । ଏହି ବାତ୍ୟା ମେ ୧୪ ତାରିଖ ସୁଦ୍ଧା ଲଘୁଚାପରେ ପରିଣତ ହେବ । ଆଉ ତାପରେ ଧୀରେ ଧୀରେ ଏହା ବାତ୍ୟାର ରୁପ ନେବ ବୋଲି ଭାରତୀୟ ପାଣିପାଗ କେନ୍ଦ୍ର ପକ୍ଷରୁ ସୁଚନା ଦିଆଯାଇଛି । ତେବେ ଏହା ଆସନ୍ତା ୧୬ ତାରିଖରେ ବାତ୍ୟାରେ ପରିଣତ ହେବ ବୋଲି ସୁଚନା ଦିଆଯାଇଛି । ଏହି ବାତ୍ୟାର ନାମକରଣ ମିଆଁମାର କରିଥିବା ବେଳେ ଏହାର ନାଁ ହେଉଛି ‘ତଉକ୍ତେ’ ।

ବାତ୍ୟା ‘ତଉକ୍ତେ’ ପ୍ରଭାବରେ କେରଳ, ତାମିଲନାଡୁ, ଲାକ୍ଷାଦ୍ୱୀପ ଉପକୂଳରେ ବର୍ଷା ହେବାର ସମ୍ଭାବନା ରହିଛି । ଗୁରୁବାର ଠାରୁ ୧୬ ତାରିଖ ପର୍ଯ୍ୟନ୍ତ ବର୍ଷା ହେବାର ସମ୍ଭାବନା ରହିଥିବା ସୁଚନା ଦେଇଛନ୍ତି ଭାରତୀୟ ପାଣିପାଗ କେନ୍ଦ୍ର । ଏଥିସହିତ ସେଠାକାର ମାଛ ଧରାଳୀ ଏବଂ ତଟବର୍ତ୍ତୀ ବ୍ୟବସାୟୀ ମାନଙ୍କୁ ଏହି ସମୟରେ ପାଣି ଭିତରକୁ ଯିବାକୁ ବାରଣ କରାଯାଇଛି ।

Get real time updates directly on you device, subscribe now.