fbpx

ନୌସେନାର ମହିଳା ଅଧିକାରୀ ରଚିଲେ ଇତିହାସ, ପ୍ରଥମ ଥର ସଂପୂର୍ଣ୍ଣ କଲେ ସାମୁଦ୍ରିକ ମିଶନ

ନୂଆଦିଲ୍ଲୀ: ଆଜିକା ସମୟରେ ମହିଳାମାନେ  କୌଣସି କ୍ଷେତ୍ରରେ ପୁରୁଷଙ୍କଠାରୁ ପଛରେ ନାହାଁନ୍ତି  । ପ୍ରଥମ ଥର ପାଇଁ ଭାରତୀୟ ନୌସେନାର ମହିଳା ଅଧିକାରୀମାନେ ଉତ୍ତର ଆରବ ସାଗରରେ ଆତ୍ମନିର୍ଭରଶୀଳ ହୋଇ ସାମୁଦ୍ରିକ ପରୀକ୍ଷଣ, ଅନୁସନ୍ଧାନ ଏବଂ ନୀରିକ୍ଷଣ ମିଶନ ସଫଳତାର ସହ ଶେଷ କରି ଇତିହାସ ରଚିଛନ୍ତି । ଗୁଜରାଟ ପୋରବନ୍ଦରଠାରେ ଥିବା ନାଭାଲ୍ ଏୟାର ଏନକ୍ଲେଭ୍ ସ୍ଥିତ ଭାରତୀୟ ନୌସେନା ଆଇଏନଏସ ୩୧୪ ର ପାଞ୍ଚଜଣ ଅଧିକାରୀ ଏହି ମିଶନ ସଂପୂର୍ଣ୍ଣ କରିଛନ୍ତି ।

ସେପଟେ ଗୁରୁବାର ଭାରତୀୟ ସେନା ତରଫରୁ କୁହାଯାଇଛି ଯେ ଫରୱାର୍ଡ ପୋଷ୍ଟ ଗୁଡ଼ିକରେ ନିୟୋଜିତ ସୈନିକଙ୍କୁ ସୁରକ୍ଷିତ ଏବଂ ସଠିକ୍ ଶବ୍ଦ, ଭିଡିଓ ଏବଂ ଡାଟା କନେକ୍ଟିଭିଟଇ ପ୍ରଦାନ କରିବା ପାଇଁ ସେନାକୁ ଟ୍ରାନ୍ସପୋର୍ଟେବଏ ସାଟେଲାଇଟ୍(ଟଇଏସଟି) ଦିଆଯାଇଛି । ଏହି ଟିଏସଟି ଉଚ୍ଚ ଗତିଶୀଳ ବାହାନ ଉପରେ ରହିଛି, ଯାହା ସବୁ ପ୍ରକାର ଇଲାକାରେ ଚାଲିପାରିବ, ନିରବଚ୍ଛିନ୍ନ ଭାବରେ କାମ କରିବ  । ଏହାକୁ ଖୁବ୍ କମ୍ ସମୟରେ ନିୟୋଜିତ କରାଯାଇପାରିବ ।

ଭାରତୀୟ ନୌସେନା ଅଗ୍ନିପଥ ନିଯୁକ୍ତି ଯୋଜନା ଅଧୀନରେ ମହିଳା ନାବିକମାନଙ୍କୁ ନିଯୁକ୍ତି ଘୋଷଣା କରିଛି । ସରକାରୀ ସୂଚନା ଅନୁଯାୟୀ, ସିନିୟର ସେକେଣ୍ଡାରୀ ରିକ୍ରୁଟ୍ (ଏସଏସଆର) ଏବଂ ମ୍ୟାଟ୍ରିକ୍ ରିକ୍ରୁଟ୍ (ଏମଆର) ପାଇଁ ପଞ୍ଜୀକରଣ ପ୍ରକ୍ରିୟା ବୁଧବାର ଶେଷ ହୋଇଛି । ଭାରତୀୟ ନୌସେନା ୮୦,୦୦୦ ରୁ ଅଧିକ ମହିଳା ପ୍ରାର୍ଥୀଙ୍କ ଠାରୁ ଆବେଦନ ଗ୍ରହଣ କରିଛି।

Get real time updates directly on you device, subscribe now.