fbpx

ଅଷ୍ଟ୍ରେଲିଆରେ ପ୍ରାଣ ହରାଇଲେ ପ୍ରଥମ Omicron ଆକ୍ରାନ୍ତ: ବଢିଲା ସଙ୍କଟ

ନୂଆଦିଲ୍ଲୀ: ଦକ୍ଷିଣ ଆଫ୍ରିକାରୁ ପ୍ରଥମେ ଚିହ୍ନଟ ହୋଇଥିବା କରୋନାର ନୂଆ ଭାରିଆଣ୍ଟ ଓମିକ୍ରନ ପାଇଁ ସାରା ବିଶ୍ୱ ଚିନ୍ତାରେ । ସମସ୍ତ ପ୍ରକାର କଟକଣା ସତ୍ତ୍ୱେ ଦେଶରେ ଓମିକ୍ରନ ପଶି ବିଭିନ୍ନ ରାଜ୍ୟରେ ତା’ର କାୟା ବିସ୍ତାର କରିବାରେ ଲାଗିଛି । ଏହାର ମୁକାବିଲା ପାଇଁ ସରକାର ବିଭିନ୍ନ ପ୍ରକାର ପଦକ୍ଷପ ନେଉଛନ୍ତି ।

ଅନ୍ୟପଟେ ଅଷ୍ଟ୍ରେଲିୟାର ନୁ୍ୟ ସାଉଥ୍ ୱେଲସ୍ ସହରରେ କରୋନାର ନୂଆ ଭାରିଆଣ୍ଟ ଓମିକ୍ରନରେ ପିଡିତ ଥିବା ଜଣେ ବ୍ୟକ୍ତିଙ୍କର ମୃତୁ୍ୟ ହୋଇଥିବା ସୂଚନା ମିଳିଛି । ମୃତକ ଜଣଙ୍କ କରୋନାର ଦୁଇଟି ଡୋଜ୍ ଟିକା ନେଇ ସାରିଥିଲେ । କିନ୍ତୁ ସେ ଅନ୍ୟ ରୋଗରେ ପିଡିତ ଥିଲେ । ଅଷ୍ଟ୍ରେଲିୟାରେ ଏହା ଓମିକ୍ରନର ପ୍ରଥମ ମୃତୁ୍ୟ ।  ଏହି ଦେଶରେ କରୋନାରେ ୬ହଜାରରୁ ଅଧିକ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଦେଶର ସବୁଠାରୁ ଅଧିକ ଜନସଂଖ୍ୟା ବିଶିଷ୍ଟ ସହର ନୁ୍ୟ ସାଉଥ୍ ୱେଲସରେ ସୋମବାର କରୋନାରେ ୬,୩୨୪ ଜଣ ନୂଆ ସଂକ୍ରମିତଙ୍କୁ ଚିହ୍ନଟ କରାଯାଇଛି । ଏମାନଙ୍କ ମଧ୍ୟରୁ ୫୪୪ଜଣ ଡାକ୍ତରଖାନାରେ ଚିକିସôିତ ହେଉଥିବାବେଳେ ୫୫ଜଣ ଆଇସିୟୁରେ ଅଛନ୍ତି । ଏହି ସହରରେ ସଂକ୍ରମଣ ବଢୁଥିବାରୁ ଏଠାରେ ନୂଆ ନିୟମ ଲାଗୁ କରାଯାଇଛି ।

Get real time updates directly on you device, subscribe now.