fbpx

ପାକିସ୍ତାନରେ ଇତିହାସ ରଚିଲେ ହିନ୍ଦୁ ଝିଅ, ଛୁଟୁଛି ପ୍ରଶଂସାର ସୁଅ

ଇସଲାମାବାଦ: ପାକିସ୍ତାନରେ ଜଣେ ହିନ୍ଦୁ ଯୁବତୀ ଇତିହାସ ସୃଷ୍ଟି କରିଛନ୍ତି । ସେଣ୍ଟ୍ରାଲ୍ ସୁପିରିୟର ସର୍ଭିସେସ୍ (ସିଏସଏସ୍)ର ପରୀକ୍ଷାରେ ପାସ କରିବାରେ ସଫଳ ହୋଇଛନ୍ତି ୨୭ ବର୍ଷୀୟା ଡାକ୍ତର ସନା ରାମଚନ୍ଦ୍ର ଗୁଲୱାନୀ । ପାକିସ୍ତାନର ଇତିହାସରେ ପ୍ରଥମ ଥର ପାଇଁ ଜଣେ ହିନ୍ଦୁ ଏହି ପରୀକ୍ଷାରେ ସଫଳତା ପାଇଛନ୍ତି । ଖାସ୍ କଥା ହେଉଛି କି ସନା ପ୍ରଥମ ପ୍ରୟାସରେ ଏହି ପରୀକ୍ଷାକୁ ପାସ୍ କରିଛନ୍ତି ଓ ଏବେ ତାଙ୍କ ନିଯୁକ୍ତିରେ ମୋହର ମଧ୍ୟ ବାଜିସାରିଛି ।

ରିପୋର୍ଟ ଅନୁଯାୟୀ, ପାକିସ୍ତାନର ଏହି ପରୀକ୍ଷା ଅଧିକ କଷ୍ଟସାଧ୍ୟ । ଏଥିରେ କେବଳ ୨% ରୁ କମ୍ ପ୍ରାର୍ଥୀ ସଫଳତା ପାଇଥାନ୍ତି । କେନ୍ଦ୍ରୀୟ ସୁପିରିୟର ସର୍ଭିସେସ୍ (ସିଏସଏସ) ଜରିଆରେ ପାକିସ୍ତାନରେ ପ୍ରଶାସନିକ ସେବାରେ ନିଯୁକ୍ତି ମିଳିଥାଏ । ସରଳ ଭାବରେ କହିବାକୁ ଗଲେ ଏହା ଭାରତର ସିଭିଲ ସର୍ଭିସ ପରୀକ୍ଷା ଭଳି ହୋଇଥାଏ । ସନାଙ୍କ ସଫଳତା ପରେ ସବୁବର୍ଗରୁ ତାଙ୍କୁ ପ୍ରଶଂସା ମିଳୁଛି ।

Get real time updates directly on you device, subscribe now.