fbpx

ଅଲମ୍ପିକ୍ ଯୋଗ୍ୟତା ହାସଲ କଲେ ପ୍ରଥମ କିନ୍ନର, ପୁରୁଷରୁ ହୋଇଥିଲେ ମହିଳା

ହାମିଲଟନ, ୧୦ା୫: ପ୍ରଥମ ଥର ପାଇଁ ଜଣେ କିନ୍ନର ଅଲମ୍ପିକରେ ଅଂଶଗ୍ରହଣ କରିବେ । ୪୩ ବର୍ଷୀୟା ଲୌରେଲ ହବାର୍ଡ ବୟୋଜ୍ୟେଷ୍ଠ ଭାରୋତ୍ତୋଳିକା ଭାବେ ଅଲମ୍ପିକ ପାଇଁ ଯୋଗ୍ୟତା ହାସଲ କରିଛନ୍ତି । ସେ ଜଣେ ପୁରୁଷ ହୋଇ ଜନ୍ମ ହୋଇଥିଲେ ମଧ୍ୟ ଲିଙ୍ଗ ପରିବର୍ତ୍ତନ କରି ମହିଳା ହୋଇଛନ୍ତି । ତେଣୁ ହବାର୍ଡ ଅଲିମ୍ପିକରେ ଭାଗନେବା ନେଇ ଅନେକ ସମସ୍ୟା ଦେଖାଦେଇଥିଲା । ଲିଙ୍ଗଗତ ପରିଚୟକୁ ଆଧାର କରି ନୁହେଁ, ଶରୀରର ଟେଷ୍ଟୋଷ୍ଟିରନ ସ୍ତରକୁ ନେଇ ଆଇନ ଅନୁଯାୟୀ ହବାର୍ଡଙ୍କୁ ପ୍ରତିଯୋଗିତାରେ ଅଂଶଗ୍ରହଣ କରିବାକୁ ଅନୁମତି ଦିଆଯାଇଛି । ୨୦୧୭ରେ ବିଶ୍ୱ ପ୍ରତିଯୋଗିତାରେ ସେ ୨ଟି ରୌପ୍ୟ ଜିତି ଚର୍ଚ୍ଚାକୁ ଆସିଥିଲେ । ସେତେବେଳେ ତାଙ୍କୁ ନେଇ ଆମେରିକା ପ୍ରତିବାଦ କରିଥିଲା । ତେବେ ନିୟମରେ କିଛି ପରିବର୍ତ୍ତନ କାରଣରୁ ସେ ବର୍ତ୍ତମାନ ଅଲମ୍ପିଆନ ହେବାକୁ ଯାଉଛନ୍ତି ।

୧୯୭୮ ମସିହାରେ ଜନ୍ମଗ୍ରହଣ କରିଥିବା ହବାର୍ଡଙ୍କ ପ୍ରଥମ ନାମ ଥିଲା ଗାଭିନ୍ । ସେ ଅକଲାଣ୍ଡର ଜଣେ ପୂର୍ବତନ ମେୟରଙ୍କୁ ବିବାହ କରିଥିଲେ । ୨୦ ବର୍ଷ ବୟସରେ ସେ ୧୦୫ କେଜି ଓଜନ ବର୍ଗରେ ଅଂଶଗ୍ରହଣ କରି ୩୦୦ କେଜି ଉତ୍ତୋଳନ କରି ଇତିହାସ ରଚିଥିଲେ । ୨୩ ବର୍ଷରେ ସେ ଖେଳ ପରିତ୍ୟାଗ କରିବା ପରେ ୩୦ ବର୍ଷ ବୟସ ବେଳକୁ ସେ ସମ୍ପୂର୍ଣ୍ଣ ମହିଳା ପାଲଟି ଯାଇଥିଲେ । ହବାର୍ଡଙ୍କ ଲାଇଫ୍ ଷ୍ଟୋରି ବିଶ୍ୱ କ୍ରୀଡ଼ା ଦୁନିଆରେ ଚର୍ଚ୍ଚାର କେନ୍ଦ୍ରବିନ୍ଦୁ ପାଲଟି ଯାଇଛି ।

Get real time updates directly on you device, subscribe now.