fbpx

ଦେବରାଜ ହତ୍ୟା ଘଟଣାରେ ୫ ଗିରଫ

ବ୍ରହ୍ମପୁର,୨୫ ।୧(ଓଡିଶା ଭାସ୍କର): ବେଗୁନିଆପଡାର ପୂର୍ବତନ ବ୍ଲକ ଅଧ୍ୟକ୍ଷ ଦେବରାଜ ସାହୁଙ୍କ ହତ୍ୟା ଘଟଣାରେ ସଂପୃକ୍ତ ଥିବା ୫ ଅଭିଯୁକ୍ତଙ୍କୁ ଧରିଛି ପୋଲିସ । ଏନେଇ ଦକ୍ଷିଣାଞ୍ଚଳ ଡିଆଇଜି ସତ୍ୟବ୍ରତ ଭୋଇ ଓ ଗଞ୍ଜାମ ଏସପିଙ୍କ ପକ୍ଷରୁ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦିଆଯାଇଛି । ଡିଆଇଜି କହିଛନ୍ତି ଯେ, ‘ଗୁଳିକାଣ୍ଡ ଘଟଣାରେ ୩ ମୁଖ୍ୟ ଅଭିଯୁକ୍ତଙ୍କ ସହ ୫ ଜଣଙ୍କୁ ଗିରଫ କରାଯାଇଛି । ହତ୍ୟାକାଣ୍ଡରେ ବ୍ୟବହୃତ ବନ୍ଧୁକ ମଧ୍ୟ ଜବତ ହୋଇଛି । ଅଭିଯୁକ୍ତଙ୍କ ନିକଟରୁ ୩ଟି ବନ୍ଧୁକ, ୬୩ଟି ଗୁଳି, ୫ ମୋବାଇଲ ଓ ଏଟିଏମ୍ କାର୍ଡ ଜବତ କରାଯାଇଛି ।’ ପୂର୍ବ ଶତ୍ରୁତାରୁ ହତ୍ୟା ଘଟିଥିବା ନେଇ ପୋଲିସ ପକ୍ଷରୁ ସୂଚନା ମିଳିଛି ।

ତେବେ ବେଗୁନିଆପଡାର ପୂର୍ବତନ ଅଧ୍ୟକ୍ଷ ଦେବରାଜ ସାହୁଙ୍କୁ ଗୁଳି କରି ହତ୍ୟା କରିଥିଲେ ଅଭିଯୁକ୍ତ । ଗତ ୨୦ରେ ସୁମଣ୍ଡଳ ଛକରେ ଦେବରାଜଙ୍କୁ ଗୁଳି କରି ହତ୍ୟା କରାଯାଇଥିଲା । ହତ୍ୟାକାଣ୍ଡର ତଦନ୍ତ ପାଇଁ ୨ଟି ଟିମ୍ ଗଠନ କରାଯାଇଥିଲା । ଟିମରେ ଛତ୍ରପୁର ଏସଡିପିଓ, ପୁରୁଷୋତ୍ତମପୁର ଏସଡିପିଓଙ୍କ ସମେତ ୪ ଆଇଆଇସି ସାମିଲ ଥିଲେ ।

Get real time updates directly on you device, subscribe now.