fbpx

ମହିଳାଙ୍କୁ ବାଂଲାଦେଶରୁ ଭାରତକୁ ଆଣି ଦୁଷ୍କର୍ମ ସହ ନିର୍ଯାତନା ଦେଉଥିଲେ ୪ ଯୁବକ ଓ ୨ ଯୁବତୀ; ଆର୍ଥିକ କାରବାରକୁ ନେଇ ସୃଷ୍ଟି ହେଲା ବିବାଦ

ବେଙ୍ଗାଲୁରୁ: ବେଙ୍ଗାଲୁରୁ ପୋଲିସ ଦ୍ୱାରା ପାଞ୍ଚ ଜଣ ବାଂଲାଦେଶୀ ଗିରଫ ହୋଇଛନ୍ତି । ତେବେ ଗିରଫମାନଙ୍କ ମଧ୍ୟରେ ଜଣେ ମହିଳା ରହିଛନ୍ତି । ଜଣେ ମହିଳାଙ୍କୁ ଦୁଷ୍କର୍ମ ଓ ନିର୍ଯାତନା ଅଭିଯୋଗ ଏମାନଙ୍କ ନାମରେ ରହିଥିଲା । ଏନେଇ ରାମମୂର୍ତ୍ତି ପୋଲିସ ଷ୍ଟେସନରେ ମାମଲା ଦାୟର କରାଯାଇଥିଲା ।

ସୂଚନା ଅନୁଯାୟୀ, ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଯୌନ ଶୋଷଣ କରି ନିର୍ଯାତନ ଦେବା ସହ ସମସ୍ତ ଘଟଣାର ରେକର୍ଡିଂ କରିଥିଲେ । ତେବେ ପୀଡ଼ିତା ଓ ଅନ୍ୟ ୫ ଜଣ ଅଭିଯୁକ୍ତ ସମେସ୍ତ ବାଂଲାଦେଶର ନାଗରିକ ଅଟନ୍ତି । ମାନବ ଚାଲାଣ ପାଇଁ ପୀଡ଼ିତାଙ୍କୁ ଭାରତକୁ ଅଣାଯାଇଥିଲା । ଅଭିଯୁକ୍ତମାନେ କେଉଁଦିନ ଘଟଣା ଘଟାଇଥିଲେ, ସେ ନେଇ କିଛି ସ୍ପଷ୍ଟ ଜଣାପଡ଼ିନାହିଁ । ଆଜି ଅଭିଯୁକ୍ତମାନଙ୍କୁ କୋର୍ଟରେ ହାଜର କରାଯିବ ବୋଲି ପୋଲିସ ସୂତ୍ରରୁ ଜଣାପଡ଼ିଛି । ରାମମୂର୍ତ୍ତି ଥାନାରେ ଏହି ଘଟଣାରେ ମୋଟ ଛଅ ଜଣଙ୍କ ନାମରେ ମାମଲା ଦାୟର କରାଯାଇଥିଲା । ଅନ୍ୟ ଜଣେ ମହିଳା ଅଭିଯୁକ୍ତକୁ ଧରିବା ପାଇଁ ପୋଲିସ ତଦନ୍ତ ଜାରି ରଖିଛି । ଏକ ଆର୍ଥିକ ନେଣଦେଣ ମାମଲାରେ ଅଭିଯୁକ୍ତମାନେ ପୀଡ଼ିତାଙ୍କୁ ଭାରତ ଆଣି ଅତି ନୃଶଂସ ଭାବେ ନିର୍ଯାତନା ଦେଉଥିବା ପୋଲିସ କମିଶନର ସୂଚନା ଦେଇଛନ୍ତି ।

Get real time updates directly on you device, subscribe now.