କୁନି ଝିଅକୁ ଗଣଦୁଷ୍କର୍ମ କଲେ ୫ ଯୁବକ, ଶୌଚ ପାଇଁ ଯାଇଥିବା ବେଳେ ନାବାଳିକା ଝିଅକୁ…
ବାପା-ଭାଇକୁ ମାରି ଦୁଷ୍କର୍ମ ଭିଡ଼ିଓ ଭାଇରାଲ କରିଦେବାକୁ ଧମକ।
ଓଡିଶାଭାସ୍କର: ପୁଣି ଏକ ଲଜ୍ଜ୍ୟା। କୁନି ଝିଅକୁ ବି ଛାଡ଼ିଲେନି ଏ ରାକ୍ଷସଗଣ। ଶୌଚ ପାଇଁ ଯାଇଥିବା ବେଳେ ନାବାଳିକା ଝିଅକୁ ଟେକି ନେଇ ଝୁଣି ଖାଇଗଲେ ୫ ମଣିଷ ରୂପୀ ରାକ୍ଷସ।
ହଁ ଆଜ୍ଞା ପୁଣି ଏପରି ଏକ ଘଟଣା ଘଟିଛି ଉତ୍ତର ପ୍ରଦେଶର ବାଲିଆ ଜିଲ୍ଲାରେ। ଯେଉଁଠାରେ ଜଣେ ନାବାଳିକାକୁ ପାଞ୍ଚ ଜଣ ପୁଅ ଗଣବଳାତ୍କାର କରିଥିବା ଘଟଣା ସାମ୍ନାକୁ ଆସିଛି।
ରିପୋର୍ଟ ଅନୁଯାୟୀ, ଝିଅଟି ଶୌଚ ପାଇଁ ଯାଇଥିବା ବେଳେ ଅଭିଯୁକ୍ତମାନେ ତାଙ୍କୁ ଧମକ ଦେଇ ବଳାତ୍କାର କରିଥିଲେ। ଘଟଣା ସମ୍ପର୍କରେ ସୂଚନା ପାଇବା ପରେ, ପୋଲିସ ଅଧିକାରୀମାନେ ଏକ ଫୋରେନସିକ୍ ଦଳ ସହିତ ଘଟଣାସ୍ଥଳରେ ପହଞ୍ଚି ତଦନ୍ତ ଆରମ୍ଭ କରିଛନ୍ତି।
ଘଟଣାଟି ଫେବୃଆରୀ ୧୫ ତାରିଖରେ ଗଡୱାର ପୋଲିସ ଷ୍ଟେସନ ଅଞ୍ଚଳରେ ଘଟିଥିଲା। ପୋଲିସ ଏହି ମାମଲାରେ ଏକ ଏଫଆଇଆର ରୁଜୁ କରିଛି।
ଏବେ ଅଭିଯୁକ୍ତଙ୍କ ବିରୋଧରେ ପ୍ରମାଣ ସଂଗ୍ରହ କରିବା ସହିତ, ଅଭିଯୁକ୍ତ ଯୁବକମାନଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବା ନେଇ ଆଲୋଚନା ହେଉଛି।
ଝିଅଟି ଭୟରେ ଘରେ କାହାକୁ କହି ନଥିଲା:
ବଳାତ୍କାର ପୀଡିତାଙ୍କ ଭାଉଜ ସୂଚନା ଦେଇଛନ୍ତି, “ଯେତେବେଳେ ଆମ ନଣନ୍ଦ ଶୌଚ ହେବାକୁ ଯାଇଥିଲେ, ପାଞ୍ଚ ଜଣ ପୁଅ ତାଙ୍କୁ ଟାଣି ନେଇ ବଳାତ୍କାର କରିଥିଲେ।”
“ଭୟରେ ମୋ ନଣନ୍ଦ ଘରେ ଏହି କଥା କହୁ ନଥିଲେ। ପରଦିନ ଯେତେବେଳେ ତାଙ୍କ ହାତ ଗୋଡ ଯନ୍ତ୍ରଣା ଆରମ୍ଭ ହେଲା, ସେ କାନ୍ଦି କାନ୍ଦି କହିଥିଲେ ଯେ ତାଙ୍କ ସହିତ କିଛି ଭୁଲ ହୋଇଛି।”
ପିଡୀତାଙ୍କ ଭାଉଜ ଦାବି କରିଛନ୍ତି ଯେ ପୋଲିସ ଷ୍ଟେସନରେ ପୂର୍ବରୁ ଅଭିଯୋଗ ଦାଖଲ କରାଯାଇଥିଲା କିନ୍ତୁ ପରଦିନ ପୋଲିସ ଘଟଣାସ୍ଥଳରେ ପହଞ୍ଚିଥିଲା। ପୀଡିତାଙ୍କର ପରୀକ୍ଷା ଥିଲା ଏବଂ ସେ ପରୀକ୍ଷା ଦେବାକୁ ଯାଇଥିଲେ।
ବାପା ଏବଂ ଭାଇକୁ ହତ୍ୟା କରିବାକୁ ଧମକ:
ପୋଲିସ ତଦନ୍ତରୁ ଏହା ମଧ୍ୟ ଜଣାପଡିଛି ଯେ ଅଭିଯୁକ୍ତମାନେ ଝିଅଟିକୁ ଘଟଣା ବିଷୟରେ କାହାକୁ ନ କହିବାକୁ ଧମକ ଦେଇଥିଲେ। ଯଦି ସେ କାହାକୁ ଘଟଣା ସମ୍ପର୍କରେ କୁହନ୍ତି, ତେବେ ସେମାନେ ୫ ଜଣ ଅଛନ୍ତି, ଆଉ ତାଙ୍କ ବାପା-ଭାଇକୁ ମାରିଦେବେ।
କେବଳ ସେତିକି ନୁହେଁ ଦୁଷ୍କର୍ମ ଭିଡ଼ିଓ ସୋସିଆଲ ମିଡିଆରେ ଭାଇରାଲ କରିଦେବାକୁ ମଧ୍ୟ ନାବାଳିକା ଝିଅକୁ ଧମକ ଦିଆଯାଇଥିଲା। ଆଉ ଏହି କାରଣ ଥିଲା ଯେଉଁଥିପାଇଁ ଭୟରେ ଝିଅଟି ପରିବାରର କୌଣସି ଲୋକଙ୍କୁ ଏହି ଘଟଣା ସମ୍ପର୍କରେ କହିନଥିଲା।
ଏବେ ବି ନିଖୋଜ ସମସ୍ତ ଅଭିଯୁକ୍ତ:
ଏହି ମାମଲାରେ ଏପର୍ଯ୍ୟନ୍ତ କାହାକୁ ଗିରଫ କରାଯାଇ ନାହିଁ। ଅଭିଯୁକ୍ତମାନେ ଏପର୍ଯ୍ୟନ୍ତ ଫେରାର ଅଛନ୍ତି। ପୋଲିସ ଅଧୀକ୍ଷକ ଓମବୀର ସିଂହ କହିଛନ୍ତି ଯେ ୧୮ ଫେବୃଆରୀ ବୁଧବାର ଅପରାହ୍ନ ପ୍ରାୟ ୩:୩୦ ସମୟରେ ବାହାଦୁରପୁର କରି ଗାଁର ଜଣେ ବ୍ୟକ୍ତି ଗଡୱାର ପୋଲିସ ଷ୍ଟେସନରେ ଏହି ଘଟଣା ବିଷୟରେ ରିପୋର୍ଟ କରିଥିଲେ।
ଏହି ବ୍ୟକ୍ତି ପୀଡିତାଙ୍କ ବାପା। ସେ ଚାରି ଜଣ ନାମିତ ଏବଂ ଜଣେ ଅଜଣା ବ୍ୟକ୍ତିଙ୍କ ବିରୁଦ୍ଧରେ ଅଭିଯୋଗ ଦାଖଲ କରିଥିଲେ। ଏହି ସୂଚନା ପାଇବା ମାତ୍ରେ ଏକ ପୋଲିସ ଟିମ୍, ଏକ ଫୋରେନସିକ୍ ଦଳ ସହିତ ଘଟଣାସ୍ଥଳ ଯାଞ୍ଚ କରିବା ପାଇଁ ତୁରନ୍ତ ଘଟଣାସ୍ଥଳରେ ପହଞ୍ଚିଥିଲେ।
ଅଭିଯୋଗ ଆଧାରରେ ସ୍ଥାନୀୟ ପୋଲିସ ଷ୍ଟେସନରେ ପ୍ରାସଙ୍ଗିକ ଧାରା ଅନୁଯାୟୀ ଏକ ମାମଲା ରୁଜୁ କରାଯାଇଛି। ପ୍ରମାଣ ସଂଗ୍ରହ କରିବା ସହିତ, ଘଟଣାରେ ସମ୍ପୃକ୍ତ ସମସ୍ତ ଅଭିଯୁକ୍ତଙ୍କ ବିରୁଦ୍ଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ।
