fbpx

ରାଜ୍ୟରେ ଆଜି ପୁଣି କରୋନା ନେଲା ୫ଟି ମୁଣ୍ଡ: ଚିହ୍ନଟ ହେଲେ ୪୮୫୧ ପଜିଟିଭ୍

ଭୁବନେଶ୍ୱର, ୨୧ା୪ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଦିନକୁ ଦିନ ନୂଆ ସଂକ୍ରମିତଙ୍କ ଚିହ୍ନଟ ହେବା ପ୍ରଶାସନ ଓ ଜନସାଧାରଣଙ୍କୁ ଚିନ୍ତାରେ ପକାଇଛି । ଏହା ମଧ୍ୟରେ ଆଜି ପୁଣି ୪୮୫୧ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୨୮୧୪ ଓ ସ୍ଥାନୀୟ ଅଞ୍ଚଳରୁ ୨୦୩୭ ଜଣ ଚିହ୍ନଟ ହୋଇଛନ୍ତି । ଆଜି କରୋନାରେ ପାଞ୍ଚଜଣଙ୍କର ମୃତ୍ୟୁ ଘଟିଛି । ଏହାକୁ ମିଶାଇ ରାଜ୍ୟର ମୋଟ ମୃତ୍ୟୁ ସଂଖ୍ୟା ୧୯୫୮କୁ ବୃଦ୍ଧି ପାଇଛି । ମୃତକଙ୍କ ମଧ୍ୟରେ ନୂଆପଡ଼ାରୁ ୨ ଜଣ ଏବଂ କଟକ, ମୟୁରଭଞ୍ଜ ଓ ସୁନ୍ଦରଗଡ଼ରୁ ଜଣେ ଲେଖାଏଁ ରହିଥିବା ଜଣାପଡ଼ିଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୮୨ ହଜାର ୩୧୫ରେ ପହଞ୍ଚିଛି । ରାଜ୍ୟରେ ସୁସ୍ଥ ସଂଖ୍ୟା ୩ ଲକ୍ଷ ୪୯ ହଜାର ୩୭୭ ରହିଥିବା ବେଳେ ୩୦ ହଜାର ୯୨୭ ଜଣ ଚିକିତ୍ସିତ ହେଉଛନ୍ତି । ତେବେ ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୭୦୩ ଜଣ କରୋନା ପଜିଟିଭ ଚିହ୍ନଟ ହୋଇଛନ୍ତି । ଏନେଇ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Get real time updates directly on you device, subscribe now.