fbpx

ଡିଆରଡିଓ ତଥ୍ୟ ଲିକ୍: ୫ ଜଣଙ୍କୁ ଜେରା କରୁଛି କ୍ରାଇମବ୍ରାଞ୍ଚ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଡିଆରଡିଓ ତଥ୍ୟ ଲିକ୍ ଘଟଣାରେ ଆଜି ୫ ଜଣଙ୍କୁ ଚାଲିଛି ଜେରା । ଗତକାଲି ୫ ଅଭିଯୁକ୍ତଙ୍କୁ କଟକକୁ ଆଣିଥିଲା କ୍ରାଇମବ୍ରାଞ୍ଚ । ଏଡିଜି ସଞ୍ଜୀବ ପଣ୍ଡାଙ୍କ ତତ୍ତ୍ୱାବଧାନରେ ଚାଲିଛି କ୍ରାଇମବ୍ରାଞ୍ଚ ଜେରା । ମୁଖ୍ୟ ଅଭିଯୁକ୍ତ ବସନ୍ତ ବେହେରାକୁ ଜେରା କରୁଛି କ୍ରାଇମବ୍ରାଞ୍ଚର ପାଞ୍ଚଜଣିଆ ଟିମ୍ ।

ସୂଚନାଯୋଗ୍ୟ ଯେ, ବର୍ତ୍ତମାନ ସୁଦ୍ଧା ୫ ଜଣଙ୍କୁ ଗିରଫ କରାଯାଇଥିବା ବେଳେ ଗତକାଲି ସେମାନଙ୍କୁ ରିମାଣ୍ଡରେ ନେଇଥିଲା କ୍ରାଇମବ୍ରାଞ୍ଚ । ଏସଡିଜେଏମ୍ କୋର୍ଟ ୭ ଦିନିଆ ରିମାଣ୍ଡ ଅନୁମତି ଦେଇଥିବା ଜଣାପଡ଼ିଛି ।

Get real time updates directly on you device, subscribe now.