fbpx

ପୋଲିସ ଏନକାଉଣ୍ଟରରେ ଟଳିଲେ ୫ ମାଓବାଦୀ

ଛତିଶଗଡ଼ରେ ପୋଲିସ ଓ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ୨ଟି ଭିନ୍ନ ଭିନ୍ନ ଏନକାଉଣ୍ଟରରେ ୫ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ବିଜାପୁର ଜିଲ୍ଲା ଇଲମିଡି ଜଙ୍ଗଲରେ ୪ ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଏହା ସହ ତେଲେଙ୍ଗାନା ଗ୍ରେହାଉଣ୍ଡ ସହ ମାଓବାଦୀଙ୍କ ମଧ୍ୟରେ ଗୁଳି ବିନିମୟ ହୋଇଛି । ଘଟଣାସ୍ଥଳରୁ ଏଲଏନଜି ଓ ଏସଏଲଆର ସହ ବହୁ ମାରଣାସ୍ତ୍ର ଜବତ ହୋଇଛି ।

ଏହି ଏନକାଉଣ୍ଟରରେ ମାଓନେତା ସୁଧାକରଙ୍କ ମୃତ୍ୟୁ ହୋଇଥିବା ସୂଚନା ମିଳିଥିଲା । ସୁକମା ଜିଲ୍ଲା ମରଜୁମଠାରେ ମଧ୍ୟ ଗୁଳି ବିନିମୟ ହୋଇଥିଲା । ଡିଭିଏଫ୍ ଯବାନଙ୍କ ଗୁଳିରେ ଜଣେ ମହିଳା ମାଓବାଦୀଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ଉଭୟ ସ୍ଥାନରେ ସର୍ଚ୍ଚ ଅପରେସନ ଜୋରଦାର କରାଯାଇଛି ।

Get real time updates directly on you device, subscribe now.