fbpx

ଗଣତନ୍ତ୍ର ଦିବସରେ କିଏ କେଉଁଠି କରିବେ ପତାକା ଉତ୍ତୋଳନ, ଆସିଲା ତାଲିକା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଉ ଦିନ କେଇଟା ପରେ ସାରା ଦେଶ ପାଳିବ ଗଣତନ୍ତ୍ର ଦିବସ । ଏନେଇ ସମସ୍ତ ପ୍ରକାର ପ୍ରସ୍ତୁତି ଆରମ୍ଭ ହେଉଛି । ଏହାରି ମଧ୍ୟରେ ଗଣତନ୍ତ୍ର ଦିବସରେ କିଏ କେଉଁଠି ପତାକା ଉତ୍ତୋଳନ କରିବେ, ସେନେଇ ତାଲିକା ପ୍ରକାଶ ପାଇଛି । ତାଲିକା ଅନୁସାରେ ସମ୍ବଲପୁରରେ ମନ୍ତ୍ରୀ ନିରଞ୍ଜନ ପୂଜାରୀ ଓ କଟକରେ ବିକ୍ରମ ଆରୁଖ ପତାକା ଉାତ୍ତାଳନ କରିବେ ।

ଏହା ସହିତ ମୟୂରଭଞ୍ଜରେ ରଣେନ୍ଦ୍ର ପ୍ରତାପ ସ୍ୱାଇଁ, ବରଗଡ଼ରେ ପଦ୍ମନାଭ ଓ ଅନୁଗୁଳରେ ପ୍ରତାପ ଜେନା ପତାକା ଉତ୍ତୋଳନ କରିବେ । ସେହିପରି ସୁବର୍ଣ୍ଣପୁରରେ ଅରୁଣ ସାହୁ, କେନ୍ଦୁଝରରେ ସୁଦାମ ମାର୍ଣ୍ଡି ପତାକା ଉତ୍ତୋଳନ କରିବେ ବୋଲି ତାଲିକାରେ ପ୍ରକାଶ ପାଇଛି ।

Get real time updates directly on you device, subscribe now.