fbpx

ସମତଳ ପାଦ ଥିବା ଲୋକଙ୍କୁ କରାଯାଏନି ସେନାରେ ସାମିଲ, ଜାଣନ୍ତୁ ଏହା ପଛର କାରଣ

ନୂଆଦିଲ୍ଲୀ: ସେନାରେ ସାମିଲ ହୋଇ ଦେଶର ସେବା କରିବା ଯୁବପିଢ଼ିଙ୍କ ସ୍ୱପ୍ନ ହୋଇଥାଏ । ଏଥିପାଇଁ ସେମାନେ ସମସ୍ତ ପରୀକ୍ଷାରେ ଉତ୍ତୀର୍ଣ୍ଣ ହେବାକୁ ପ୍ରସ୍ତୁତ ରୁହନ୍ତି । ଦଶମ ଓ ଦ୍ୱାଦଶ କରିବା ମାତ୍ରେ ହିଁ ସେମାନେ ଭାରତୀୟ ସେନାରେ ସାମିଲ ହେବାକୁ ପ୍ରସ୍ତୁତି ଆରମ୍ଭ କରନ୍ତି ।

କିନ୍ତୁ ବେଳେବେଳେ ଏପରି କିଛି କାରଣ ସାମ୍ନାକୁ ଆସିଥାଏ, ଯେଉଁଥିରେ ଯୁବକମାନଙ୍କର ସେନାରେ ସାମିଲ ହେବାର ସ୍ୱପ୍ନ ପୂରଣ ହୁଏନାହିଁ । ଏହିପରି ଗୋଟିଏ କାରଣ ହେଉଛି ସମତଳ ପାଦ ଥିବା ଲୋକଙ୍କ ସେନାରେ ଯୋଗଦେବା ଅକ୍ଷମତା ।

ସେନାରେ ସାମିଲ ହେବା ପାଇଁ ଶାରୀରିକ ଏବଂ ମାନସିକ ସ୍ତରରେ ଫିଟ୍ ହେବା ଅତ୍ୟନ୍ତ ଜରୁରୀ, ଏହା ବିନା ସେନାରେ ସାମିଲ ହେବାର ସ୍ୱପ୍ନ ଅଧାରେ ରହିଯାଏ । ଏହା ସହ ସମତଳ ପାଦ ଥିବା ଲୋକମାନଙ୍କୁ ସେନାରେ ସାମିଲ କରାଯାଏ ନାହିଁ । ବାସ୍ତବରେ ଏହା ପଛରେ ଏକ ଖାସ୍ କାରଣ ରହିଛି । ଆସନ୍ତୁ ଜାଣିବା…

ବାସ୍ତବରେ, ସମତଳ ପାଦ ଥିବା ଲୋକମାନେ ଦ୍ରୁତ ଗତିରେ ଦୌଡ଼ି ପାରନ୍ତି ନାହିଁ । ଦୌଡିବା ସମୟରେ ସେମାନଙ୍କ ପାଦ ପରସ୍ପର ସହ ଲଢ଼େଇ କରନ୍ତି । ଏହା ସହିତ ପାଦରେ ଓଜନ ଉଠାଇବାର କ୍ଷମତା କମିଯାଏ । ଏହି କାରଣରୁ ଅଣ୍ଟା ଯନ୍ତ୍ରଣା ହେବାର ଅଭିଯୋଗ ମଧ୍ୟ ରହିଛି । ଏଥିପାଇଁ ସମତଳ ପାଦ ଥିବା ଲୋକଙ୍କୁ ସେନାରେ ନିଆଯାଏ ନାହିଁ ।

Get real time updates directly on you device, subscribe now.