fbpx

Flipkart ବିଗ ସେଭିଙ୍ଗ ଡେ ସେଲ ୨୦୨୧, ଏହି ୫ ଫୋନ ଉପରେ ମିଳୁଛି ୧୨ ହଜାର ଯାଏଁ ରିହାତି

ଆରମ୍ଭ ହୋଇଛି ଫ୍ଲିପକାର୍ଟ ବିଗ ସେଭିଙ୍ଗ ଡେଜ ସେଲ ୨୦୨୧ । ଏହି ସେଲ ୫ ଅଗଷ୍ଟଠାରୁ ସମସ୍ତଙ୍କ ପାଇଁ ଆରମ୍ଭ ହୋଇଛି । ଏହି ସେଲ ୯ ଅଗଷ୍ଟ ପର୍ଯ୍ୟନ୍ତ ଜାରି ରହିବ । ସେଲ ସମୟରେ ମୋବାଇଲ ଫୋନ, ଟିଭି ଉପରେ ବଡ଼ ରିହାତି ଦେଖିବାକୁ ମିଳିଛି । ତେବେ ଜାଣନ୍ତୁ କିଛି ବେଷ୍ଟ ଡିଲ ବିଷୟରେ ।

Apple iPhone 12 mini

ବିଗ ସେଭିଙ୍ଗ ଡେ ରେ Apple iPhone 12 mini, ୬୪ ଜିବି ୬୯,୯୦୦ ଟଙ୍କା ବଦଳରେ ସେଲରେ ୫୯,୯୯୯ ଟଙ୍କାରେ ବିକ୍ରି ହେଉଛି । ଏହା ସହ ଗ୍ରାହକ ଏକ୍ସଚେଞ୍ଜ ଅଫରରେ ଅତିରିକ୍ତ ୧୫,୦୦୦ ପର୍ଯ୍ୟନ୍ତ ରିହାତି ପାଇପାରିବେ । ICICI ବ୍ୟାଙ୍କ ଏବଂ Axis ବ୍ୟାଙ୍କ କ୍ରେଡିଟ କାର୍ଡ ଏବଂ ଡେବିଟ କାର୍ଡ ମାଧ୍ୟମରେ ଗ୍ରାହକ ୧୦ ପ୍ରତିଶତ ରିହାତି ମଧ୍ୟ ପାଇପାରିବେ ।

Apple iPhone 12

iPhone 12ର ୬୪ ଜିବି ଭାରିଆଣ୍ଟ ଫ୍ଲିପକାର୍ଟର ସେଲରେ ୭୯,୯୦୦ ଟଙ୍କା ବଦଳରେ ୬୭,୯୯୯ ଟଙ୍କା ରହିଛି । ଏକ୍ସଚେଞ୍ଜ ଅଫରରେ ଗ୍ରାହକ ଏଥିରେ ୧୫,୦୦୦ ପର୍ଯ୍ୟନ୍ତ ଅତିରିକ୍ତ ଛାଡ଼ ମିଳିବ । ଏହିଭଳି ICICI ବ୍ୟାଙ୍କ ଏବଂ Axis ବ୍ୟାଙ୍କ କାର୍ଡହୋଲ୍ଡର ୧୦ ପ୍ରତିଶତ ଆଡିସନାଲ ଡିସ୍କାଉଣ୍ଟ ମଧ୍ୟ ପାଇପାରିବେ ।

Asus Rog Phone 3

ଫ୍ଲିପକାର୍ଟର ସେଲରେ ଏହି ଗେମିଙ୍ଗ ଫୋନ ୫୫,୯୯୯ ଟଙ୍କା ବଦଳରେ ୩୯,୯୯୯ ଟଙ୍କାରେ ସେଲରେ ମିଳୁଛି । ଏହି ଫୋନରେ ମଧ୍ୟ ଏକ୍ସଚେଞ୍ଜରେ ଗ୍ରାହକଙ୍କୁ ୧୫,୦୦୦ ପର୍ଯ୍ୟନ୍ତ ଅତିରିକ୍ତ ଛାଡ଼ ମିଳିବ । ଏହି ଫୋନରେ Snapdragon 865+ ପ୍ରୋସେସର ସହ ରହିଛି ।

Motorola G10 Power

ଏହି ସ୍ମାର୍ଟଫୋନ ୧୨,୯୯୯ ଟଙ୍କା ବଦଳରେ ୯,୯୯୯ ଟଙ୍କାରେ ଉପଲବ୍ଧ ହେଉଛି । ଏକ୍ସଚେଞ୍ଜ ଅଫର ମଧ୍ୟ ରହିଛି, ଆଇସିଆଇସି ବ୍ୟାଙ୍କ କାର୍ଡ ହୋଲ୍ଡର୍ସଙ୍କୁ ଅତିରିକ୍ତ ୧୦ ପ୍ରତିଶତ ଡିସ୍କାଉଣ୍ଟ ମଧ୍ୟ ମିଳିବ । ଏହି ଫୋନ 48 MPର କ୍ୱାଡ କ୍ୟାମେରା ସେଟଅପ ରହିଛି ।

Realme 8

ଫ୍ଲିପକାର୍ଟର ସେଲରେ Realme 8 (4 GB,128 GB) ଭାରିଆଣ୍ଟ ୧୬,୯୯୯ ଟଙ୍କା ବଦଳରେ ୧୩,୯୯୯ ଟଙ୍କାରେ ବିକ୍ରି ହେଉଛି । ଫୋନରେ 5000 mAh ବ୍ୟାଟେରୀ ଏବଂ 64 MP କ୍ୟାମେରା ସେଟଅପ ରହିଛି ।

Get real time updates directly on you device, subscribe now.