fbpx

ବନ୍ୟା ପାଇଁ ପୁରୀ ସତର୍କ

ପୁରୀ: ପୁରୀ ଜିଲ୍ଲାରେ ସମ୍ଭାବ୍ୟ ବନ୍ୟାକୁ ନେଇ କଡା ପଦକ୍ଷେପ ନିଆଯାଇଛି । ସବୁ ବ୍ଲକର ବିଡିଓ ଓ ତହସିଲଦାରଙ୍କ ସହ ଜିଲ୍ଲାପାଳ ସମୀକ୍ଷା କରିଛନ୍ତି। ତେବେ ଦୟା, ଭାର୍ଗବୀ, କୁଶଭଦ୍ରା ଡିଭିଜନର ଯନ୍ତ୍ରୀଙ୍କୁ ଆଲର୍ଟ ରହିବାକୁ କୁହାଯାଇଛି । ଦୟା ନଦୀ କୂଳିଆ ଅଞ୍ଚଳରେ ସ୍ଥିତି ଅନୁଧ୍ୟାନ କରିବାକୁ କୁହାଯାଇଛି ।ପିପିଲି ଓ କଣାସ ଅଞ୍ଚଳ ବୁଲି ଦେଖିଛନ୍ତି ପୁରୀ ଜିଲ୍ଲାପାଳ ।

ଅନ୍ୟପଟେ ଚିପିଲିମା ଘଣ୍ଟେଶ୍ବରୀ ମନ୍ଦିରକୁ ମହାନଦୀ ପାଣି ପ୍ରବେଶ କରିଛି। ହୀରାକୁଦ ଡ୍ୟାମରେ ଅଧିକ ଗେଟ ଖୋଲିବା ପରେ ପାଣି ପଶିଛି । ମନ୍ଦିର ପରିସରେ ଆଣ୍ଠୁଏ ପାଣି ପ୍ରବାହିତ ହେଉଛି। ମାଙ୍କ ପୂଜାର୍ଚ୍ଚନା କିନ୍ତୁ ପୂର୍ବ ଭଳି ଚାଲିଛି। ଆହୁରି ଗେଟ ଖୋଲିବାର ସମ୍ଭାବନା ଥିବାରୁ ଗମ୍ଭିରା ଭିତରକୁ ପଶିପାରେ ପାଣି।

Get real time updates directly on you device, subscribe now.