fbpx

ଆଫଗାନିସ୍ତାନର ତାଲିବାନ୍ ନିୟନ୍ତ୍ରିତ ଅଞ୍ଚଳରେ ବନ୍ୟା, ୪୦ ମୃତ; ସହାୟତା ପାଇଁ ଡହଳବିକଳ ସ୍ଥାନୀୟ ଲୋକେ

କାବୁଲ: ଆଫଗାନିସ୍ତାନରେ ତାଲିବାନ୍ ନିୟନ୍ତ୍ରଣରେ ଥିବା ଅଞ୍ଚଳରେ ଥିବା କାମଦୀଶ ଘାଟୀରେ ବନ୍ୟା ପରିସ୍ଥିତି ଦେଖିବାକୁ ମିଳିଛି । ଏଥିରେ ପାଖାପାଖି ୪୦ ଜଣଙ୍କର ମୃତ୍ୟୁ ହୋଇଛି । ଅନେକ ଲୋକଙ୍କ ଘର ଭାଙ୍ଗିବା ସହିତ ଅନେକ କ୍ଷୟକ୍ଷତି ଘଟିଛି । ଏଠାରେ ଯୋଗଯୋଗ ବ୍ୟବସ୍ଥା ବିଚ୍ଛିନ୍ନ ହୋଇଥିବାରୁ ସହାୟତା ପହଞ୍ଚିପାରୁନାହିଁ ।

ନୂରିସ୍ତାନର କାମଦୀଶ ଘାଟୀରେ ଅଚାନକ ବନ୍ୟା ପରିସ୍ଥିତିି ସୃଷ୍ଟି ହୋଇଛି । ଏଥିରେ ପ୍ରଭାବିତ ହୋଇଥିବା ୪୦ ଜଣଙ୍କର ମୃତ ଦେହ ଠାବ କରାଯାଇଛି । ଏହାବାଦ୍ ୧୦୦ରୁ ଅଧିକ ଲୋକ ନିଖୋଜ୍ ଥିବା କୁହାଯାଉଛି । ଏମାନଙ୍କୁ ଏବେ ଖୋଜାଯାଉଛି । ତାଲିବାନ୍ ପ୍ରବକ୍ତା ଜବୀଉଲ୍ଲାହ ମୁଜାହିଦ୍ କହିଛନ୍ତି ଯେ, ଉଦ୍ଧାର କାର୍ଯ୍ୟ ପାଇଁ ଆମେ ଆମ ଅଞ୍ଚଳରେ ଲୋକମାନଙ୍କୁ ପ୍ରବେଶ ଉପରେ କଟକଣା ଲଗାଇବୁ ନାହିଁ ।

ସୂଚନା ଯେ, ଏହି ଅଞ୍ଚଳ ପୂର୍ବରୁ କରୋନା ମହାମାରୀ ସହ ଲଢ଼ୁଥିବା ବେଳେ ଏବେ ତାଲିବାନ ମାନଙ୍କ ଯୁଦ୍ଧ ସ୍ଥିତି ଲାଗି ରହିଥିଲ।। ହେଲେ ଏବେ ବନ୍ୟା କାରଣରୁ ଲୋକ ହନ୍ତସନ୍ତ ହେଉଛନ୍ତି । ଅଞ୍ଚଳର ଭୌଗୋଳିକ ସ୍ଥିତି କାରଣରୁ ସହାୟତା ପହଞ୍ଚିବା କାଠିକର ପାଠ ହୋଇଛି । ମିଡିଆ ରିପୋର୍ଟ ମୁତାବକ, ଏଠାରେ ୧୫୦ ଜଣ ନିଖୋଜ ଅଛନ୍ତି । ଖାଲି ଏତିକି ନୂହେଁ ଗତ ମାସରେ ମଧ୍ୟ ଏହି ବନ୍ୟା ପରିସ୍ଥିତି କାରଣରୁ ୧୨ ଜଣଙ୍କ ମୃତ୍ରୁ ହୋଇଯାଇଥିଲା ।

Get real time updates directly on you device, subscribe now.