fbpx

ମାର୍କେଟ୍‌କୁ ଆସିଲା ଉଡ଼ନ୍ତା କାର, ଆରମ୍ଭ ହେଲା ବୁକିଂ, ମୂଲ୍ୟ ରହିଛି ଏତିକି କୋଟି ଟଙ୍କା

ନୂଆଦିଲ୍ଲୀ: ପେଟ୍ରୋଲ, ଡିଜେଲ, ସିଏନ୍‌ଜି ଓ ଇଲେକ୍ଟ୍ରିକ୍‌ ପରେ ଫ୍ଲାଇଂ କାର ମାର୍କେଟ୍‌କୁ ଆସିବାରେ ଲାଗିଛି । ଏପର୍ଯ୍ୟନ୍ତ ଆପଣ ଏପରି କାରର କାହାଣୀ ଶୁଣି ଥିବେ ବା କୌଣସି ଫିଲ୍ମ କି କାର୍ଟୁନ୍‌ରେ ଦେଖିଥିବେ । କିନ୍ତୁ ଏବେ ଏହା ବାସ୍ତବ ପାଲଟିଛି । ଆପଣ ନିଜ ପାଇଁ ଉଡ଼ନ୍ତା କାର କିଣି ପାରିବେ । ଉଡ଼ନ୍ତା କାରର ଅର୍ଥ ଏହା ଏମିତି ଗାଡ଼ି , ଯାହାକୁ ଆପଣ ରୋଡ୍‌ରେ ଚଲାଇ ପାରିବେ ଏବଂ ଆକାଶରେ ବି ଉଡ଼ାଇ ପାରିବେ।

ଆମେରିକୀୟ ବଜାରରେ ସୁଇଚ୍‌ବ୍ଲେଡ୍‌ ପ୍ରଥମ ଫ୍ଲାଇଂ କାର, ଯାହାକୁ ଆପଣ ଏବେ କିଣି ପାରିବେ । ବର୍ତ୍ତମାନ ସୁଦ୍ଧା ଏହି କାରକୁ ପାଖାପାଖି ୨ହଜାର ଲୋକେ ବୁକ୍‌ କରି ସାରିଛନ୍ତି । ଉକ୍ତ କାରକୁ ତିଆରି କରିବାରେ ସାମସନ୍‌ ସ୍କାଏକୁ ୧୪ ବର୍ଷର ସମୟ ଲାଗିଛି । ଏତେ ବର୍ଷ ଯାଏ ଡିଜାଇନ୍‌, ଆରଆଣ୍ଡଡି ଓ ଫଣ୍ଡ ରେଜିଂ ଉପରେ କାମ କରିବା ପରେ ଏହି ପ୍ରଥମ ଫ୍ଲାଇଂ କାର ହାଇ ସ୍ପିଡ୍‌ ଟାକ୍ସି ଟେଷ୍ଟିଂକୁ ପୂରା କରିଛି । ଏହି କାରକୁ ୮୭ ଏମ୍‌ପିଏଚ୍‌ର ଗତିରେ ଉଡ଼ାଣ ସହ ହିଁ ବ୍ରେକ୍‌ ଟେଷ୍ଟିଂ ମଧ୍ୟ ହୋଇଛି । ଏହାକୁ ଏକ କାର ଓ ଏକ ପ୍ଲେନ୍‌ ଉଭୟ ବି କହିପାରିବେ ।

ଆମେରିକୀୟ ବଜାରରେ ଏହି ଗାଡ଼ିକୁ ୩ ଚକିଆ ମୋଟରସାଇକେଲ ଲିଷ୍ଟରେ ରଖାଯାଇଛି । ଏହି କାରରେ ଆପଣଙ୍କୁ ଜଣେ ପାଇଲଟ ଓ ଜଣେ ପାସେଞ୍ଜରର ସ୍ଥାନ ମିଳିବ । ଆପଣ ଏହାକୁ ରୋଡ୍‌ରେ ଚଳାଇ ପାରିବେ । ଏହାସହ ଆକାଶରେ ବି ଉଡ଼ାଇ ପାରିବେ । ଏହି ଉଡ଼ନ୍ତା କାରର ଦାମ୍‌ ୧.୭ ଲକ୍ଷ ଡ଼ଲାର (ପାଖାପାଖି ୧.୩୫ କୋଟି ଟଙ୍କା) ଖର୍ଚ୍ଚ କରିବାକୁ ହେବ ।

Get real time updates directly on you device, subscribe now.