fbpx

ଗୋଖାଦ୍ୟ ଦୁର୍ନୀତି ମାମଲା: ଲାଲୁଙ୍କୁ ମିଳିଲା ଜାମିନ୍

ପାଟନା, ୧୭ା୪: ବିହାରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ରାଷ୍ଟ୍ରୀୟ ଜନତା ଦଳ (ଆରଜେଡି) ସୁପ୍ରିମୋ ଲାଲୁ ପ୍ରସାଦ ଯାଦବଙ୍କୁ ମିଳିଛି ଜାମିନ୍ । ବହୁଚର୍ଚ୍ଚିତ ଗୋଖାଦ୍ୟ ଦୁର୍ନୀତି ମାମଲାରେ ଗିରଫ ହୋଇ ଲାଲୁ ଜେଲରେ ସଜ୍ଜା କାଟୁଥିଲେ । ତେବେ ଝାଡ଼ଖଣ୍ଡ ହାଇକୋର୍ଟ ଏହି ଜାମିନ ପ୍ରଦାନ କରିଥିବା ଜଣାପଡ଼ିଛି । ଦୁର୍ନୀତ ସହ ଜଡ଼ିତ ୪ଟି ମାମଲାରେ ତାଙ୍କୁ ଦୋଷୀ ସାବ୍ୟସ୍ତ କରାଯାଇଥିଲା ।

ସୂଚନାଯୋଗ୍ୟ ଯେ, ଗତ ଫେବୃଆରୀ ମାସ ୧୯ ତାରିଖରେ କୋର୍ଟ ତାଙ୍କର ଜାମିନ ଆବେଦନକୁ ଖାରଜ କରିଦେଇଥିଲେ । ଡୁମକା ଟ୍ରେଜେରୀରୁ ବେଆଇନ ଭାବେ ୩.୧୩ କୋଟି ଟଙ୍କାର ହେରଫେର ମାମଲାରେ ଲାଲୁଙ୍କୁ ୭ ବର୍ଷ ଜେଲ ଦଣ୍ଡାଦେଶ ଶୁଣାଣି କରାଯାଇଥିଲା । ବର୍ତ୍ତମାନ ଦଣ୍ଡ ଭୋଗିବା ସହ ଲାଲୁ ଦିଲ୍ଲୀ ଏମ୍ସରେ ଚିକିତ୍ସାଧୀନ ଅଛନ୍ତି । ତେବେ ଜରିମାନା ବାବଦକୁ ଲାଲୁ ୧୦ ଲକ୍ଷ ଟଙ୍କା ପଇଠ କରିବା ସହ ବିଦେଶ ଗସ୍ତ କରିପାରିବେ ନାହିଁ ବୋଲି ଜଣାପଡ଼ିଛି ।

Get real time updates directly on you device, subscribe now.