fbpx

ଭଗବାନ ଗଣେଶଙ୍କ ଏହି ଉପାୟ ପାଳନ କରନ୍ତୁ, ଦୂରେଇ ଯିବ ବାସ୍ତୁ ଦୋଷ

ଆଉ ଦିନ କେଇଟା ପରେ ଆସୁଛି ଗଣେଶ ପୂଜା । କିନ୍ତୁ କରୋନା ପାଇଁ ଏଥର ବି ଗଣେଶ ପୂଜା ଟିକେ ଫିକା ପଡିଯିବ । ତେବେ ଆପଣ ଜାଣନ୍ତି କି, ହିନ୍ଦୁ ଶାସ୍ତ୍ର ଅନୁସାରେ ସପ୍ତାହର ସାତ ଦିନ କୌଣସି ନା କୌଣସି ଦେବତାଙ୍କୁ ପୂଜା କରାଯାଏ । ସେହିପରି ବୁଧବାର ଭଗବାନ ଗଣେଶଙ୍କୁ ପୂଜା କରାଯାଏ । ଏହି ଦିନ ଗଣେଶଙ୍କୁ ପୂଜା କରିବା ଦ୍ୱାରା ଜୀବନରେ ସୁଖ, ସମୃଦ୍ଧି, ଖ୍ୟାତି ମିଳିଥାଏ । ଭଗବାନ ଗଣେଶଙ୍କୁ ବିଘ୍ନହତା ରୂପେ ପୂଜା କରାଯାଏ । ସେହିପରି ଗଣେଶ ପୂଜା କରିବା ଦ୍ୱାରା ବାସ୍ତୁ ସମ୍ବନ୍ଧୀୟ ଦୋଷ ମଧ୍ୟ ଦୂରେଇ ଯାଇଥାଏ । ଯଦି ଆପଣ ବି ବାସ୍ତୁ ଦୋଷ ଯୋଗୁଁ ଚିନ୍ତିତ ଅଛନ୍ତି, ତେବେ ଏହି ଉପାୟରେ ଗଣେଶ ପୂଜା କରି ସମସ୍ୟାରୁ ମୁକ୍ତି ପାଆନ୍ତୁ । ଆସନ୍ତୁ ଜାଣିବା ସେହି ଉପାୟ ସମ୍ବନ୍ଧରେ….

୧- ଗଣେଶଙ୍କ ପ୍ରତିମା ରଖିବା ବେଳେ ସବୁବେଳେ ମୂର୍ତ୍ତି ଉପରେ ଧ୍ୟାନ ଦିଅନ୍ତୁ । ଘରର ବାସ୍ତୁ ଦୋଷ ଦୂର କରିବା ପାଇଁ ବସିଥିବା ଗଣେଶଙ୍କ ମୂର୍ତ୍ତି ସ୍ଥାପନ କରନ୍ତୁ ଓ କାର୍ଯ୍ୟାଳୟରେ ଦୁଇପାଦରେ ଠିଆ ହୋଇଥିବା ଗଣେଶଙ୍କ ପ୍ରତିମା ସ୍ଥାପନ କରନ୍ତୁ ।

୨- ବାସ୍ତୁ ଦୋଷ ଦୂର କରିବାକୁ ଘରର ମୁଖ୍ୟ ଦ୍ୱାର ଭିତରେ ଓ ବାହାରେ ସମାନ ସ୍ଥାନରେ ଗଣେଶଙ୍କ ପ୍ରତିମା ବା ଫଟୋ ଲଗାଇବା ଉଚିତ୍ । ଏପରି କରିବା ଦ୍ୱାରା ୨ଟି ଫଟୋର ପଛ ପରସ୍ପରକୁ ଭେଟିବେ । ଏଥିରେ ଘରର ବାସ୍ତୁ ଦୋଷ ଦୂର ହେବା ସହ ସୁଖ-ସମୃଦ୍ଧିର ଆସିବ ।

୩- ଘର ଓ କାର୍ଯ୍ୟସ୍ଥଳର ବାସ୍ତୁକୁ ଦୂର କରିବାକୁ ଗଣେଶଙ୍କ ମୂର୍ତ୍ତି ବା ଫଟୋକୁ ଦକ୍ଷିଣ କୋଣରେ ରଖିବା ଉଚିତ୍ ।

୪- ଯଦି ଘରର କୌଣସି ଭାଗରେ ବି ବାସ୍ତୁ ଦୋଷ ରହିଛି, ତେବେ ତାହାକୁ ଭାଙ୍ଗିବା ବଦଳରେ ସେଠାରେ ଘିଅ ମିଶ୍ରିତ ସିନ୍ଦୁରରେ କାନ୍ଥରେ ସ୍ୱସ୍ତିକ ତିଆରି କରନ୍ତୁ । ଏପରି କରିବା ଦ୍ୱାରା ବାସ୍ତୁୁ ଦୋଷ ଧୀରେ ଧୀରେ କମିବା ସହ ଭଗବାନ ଗଣେଶଙ୍କ କୃପାରେ ଘରେ ସୁଖ-ଶାନ୍ତି ରହିବ ।

Get real time updates directly on you device, subscribe now.