fbpx

ଲିଫ୍ଟ ବ୍ୟବହାର କରିବା ସମୟରେ ଏହି ଦିଗ ପ୍ରତି ନିଶ୍ଚୟ ଧ୍ୟାନ ଦିଅନ୍ତୁ

ଆଜିକାଲି ପ୍ରତ୍ୟେକ ବହୁତଳ ପ୍ରାସାଦମାନଙ୍କରେ ଲିଫ୍ଟର ବହୁଳ ବ୍ୟବହାର କରାଯାଉଛି । ଲୋକମାନେ କଷ୍ଟ କରି ସିଢ଼ିରେ ଯିବା ଅପେକ୍ଷା ଆରାମରେ ଲିଫ୍ଟରେ ଯିବାକୁ ବେଶୀ ପସନ୍ଦ କରୁଛନ୍ତି । ଲିଫ୍ଟରେ ଯିବା ଦ୍ୱାରା ଆମେ କମ ସମୟ ମଧ୍ୟରେ ଗନ୍ତବ୍ୟ ସ୍ଥଳରେ ପହଞ୍ଚି ଯାଇଥାଉ । ତେବେ ସାମାନ୍ୟ ଅସାବଧାନତା କାରଣରୁ ଆପଣମାନେ ବିପଦରେ ପଡ଼ିପାରନ୍ତି । ଆସନ୍ତୁ ଜାଣିବା ଲିଫ୍ଟର ବ୍ୟବହାର କରିବା ସମୟରେ କେଉଁ ଦିଗ ପ୍ରତି ଧ୍ୟାନ ଦେବା ଜରୁରୀ ।

– ସର୍ବପ୍ରଥମେ ଲିଫ୍ଟରେ ଲେଖାଯାଇଥିବା ଜରୁରୀ ସୂଚନାକୁ ଭଲ ଭାବରେ ପଢ଼ିବା ଦରକାର । ଲିଫ୍ଟରେ ତର ତର ହୋଇ ଅଧିକ ଭାରି ଜିନିଷ ନେବା ଅନୁଚିତ । ଆବଶ୍ୟକଠାରୁ ଅଧିକ ଲୋକ ଲିଫ୍ଟରେ ଭର୍ତ୍ତି ହେଲେ ବିରୋଧ କରନ୍ତୁ ।

– ଯଦି ଆପଣଙ୍କର ଲିଫ୍ଟ ନିୟମିତ ବ୍ୟବହାର କରାଯାଉଛି, ତେବେ ନିୟମିତ ସର୍ଭିସିଂ କରିବାକୁ ଭୁଲନ୍ତୁ ନାହିଁ । ଯଦି କୌଣସି କାରଣରୁ ଆପଣ ଲିଫ୍ଟ ଭିତରେ ଫସି ଯାଆନ୍ତି, ତେବେ ଆଲାର୍ମ ବଟନର ବ୍ୟବହାର କରନ୍ତୁ । ଏହାଛଡ଼ା ଆପଣ ଲିଫ୍ଟରେ ଦିଆଯାଇଥିବା ହେଲପ ଲାଇନ୍ ନମ୍ବରରେ ଯୋଗାଯୋଗ କରିପାରିବେ ।

– ଲିଫ୍ଟକୁ ରୋକିବା ପାଇଁ କୌଣସି ପରିସ୍ଥିତିରେ ବି ହାତର ବ୍ୟବହାର କରନ୍ତୁ ନାହିଁ । ଛୋଟ ପିଲାଙ୍କୁ ଲିଫ୍ଟରେ କେବେ ବି ଯିବାକୁ ଦିଅନ୍ତୁ ନାହିଁ । ଲିଫ୍ଟ ମଧ୍ୟରେ ଧୂମ୍ରପାନ କରନ୍ତୁ ନାହିଁ ଓ ସର୍ବଦା ଧୀରସ୍ଥିର ରହିବାକୁ ଚେଷ୍ଟା କରନ୍ତୁ ।

Get real time updates directly on you device, subscribe now.