fbpx

ଆପଣ ସେକ୍ସ ଲାଇଫକୁ ସ୍ମରଣୀୟ କରିବାକୁ ଚାହୁଁଛନ୍ତି କି, ଆପଣାନ୍ତୁ ଏହିସବୁ ଟିପ୍ସ

ସୁଖୀ ଦାମ୍ପତ୍ତ୍ୟ ଜୀବନରେ ସେକ୍ସ ପ୍ରମୁଖ ଭୂମିକା ଗ୍ରହଣ କରିଥାଏ । ସେକ୍ସ ହିଁ ସୁଖୀ ବୈବାହିକ ଜୀବନର ଅନ୍ୟତମ ମାଧ୍ୟମ । ବିବାହର କିଛିଦିନ ପରେ ଆଜିକାଲି ଅନେକ ଦମ୍ପତ୍ତିଙ୍କର ବିଚ୍ଛେଦ ହେଉଥିବାର ଦେଖାଯାଉଛି । ଅନେକ ସମୟରେ ପତି ଓ ପତ୍ନୀ ପରସ୍ପର ସହିତ କଳହରେ ଲିପ୍ତ ରହୁଥିବାର ଦେଖାଯାଉଛି । ଆଜି ଆମେ ଆପଣମାନଙ୍କୁ ଏପରି କିଛି କହିବାକୁ ଯାଉଅଛୁ, ଯାହାକୁ ପ୍ରୟୋଗ କରି ଆପଣ ନିଜର ସେକ୍ସ ଲାଇଫ ଖୁସିରେ ବିତାଇ ପାରିବେ ।

– ବିଛଣାକୁ ଯିବା ପୂର୍ବରୁ ଆପଣ ପରିଷ୍କାର ଡ୍ରେସ ପରିଧାନ କରିବା ସହ ସାଧାରଣ ଫରଫ୍ୟୁମର ବ୍ୟବହାର କରିପାରିବେ । ଅତ୍ୟଧିକ ବାସ୍ନା ଆପଣଙ୍କ ସାଥୀଙ୍କୁ ବିବ୍ରତ କରିପାରେ, ସେଥିପ୍ରତି ଧ୍ୟାନ ଦିଅନ୍ତୁ । କେବେ ବି ଜଲଦବାଜୀ କରନ୍ତୁ ନାହିଁ । ପାର୍ଟନରଙ୍କୁ ଅଧିକ ସମୟ ଦିଅନ୍ତୁ ।

– ଅନ୍ତରଙ୍ଗ ପୂର୍ବରୁ ନିଜକୁ ମାନସିକ ଓ ଶାରୀରିକ ସ୍ତରରେ ଫିଟ ରଖନ୍ତୁ । କୌଣସି କଥାକୁ ମନେ ପକାଇ ଅଧିକ ବ୍ୟସ୍ତ ହୁଅନ୍ତୁ ନାହିଁ । ପ୍ରାଇଭେଟ ପାର୍ଟ ସହ ଶରୀରର ବିଭିନ୍ନ ସ୍ଥାନକୁ ପରିଷ୍କାର ପରିଚ୍ଛନ୍ନ କରନ୍ତୁ ।

– ପାର୍ଟନରଙ୍କ ପାଖକୁ ଯିବା ପୂର୍ବରୁ ପାଟିରେ କିଛି ମାଉଥ ଫ୍ରେସନର ଚୋବାଇ ପାରିବେ । ଏହା ଆପଣଙ୍କୁ ସାଥୀଙ୍କ ସହ ବାର୍ତ୍ତାଳପ କରିବାରେ ସହାୟକ ହୋଇଥାଏ । ବାର୍ତ୍ତାଳପ ମଝିରେ ପାର୍ଟନରଙ୍କୁ ପ୍ରଶଂସା କରିବାକୁ ଭୁଲନ୍ତୁ ନାହିଁ ।

– ପାର୍ଟନରଙ୍କ ସହିତ ଖୋଲାଖୋଲି ଆଲୋଚନା କରିନିଅନ୍ତୁ । ଏହି ଆଲୋଚନାରେ ଉଭୟ ନିଜ ନିଜର ପସନ୍ଦ ନାପସନ୍ଦ ବିଷୟରେ ଜାଣିବାର ସୁଯୋଗ ମିଳିବ । ଆପଣ ସାଥୀଙ୍କର ପସନ୍ଦ ନାପସନ୍ଦକୁ ଗୁରୁତ୍ୱ ଦିଅନ୍ତୁ । ଏହି ସମୟରେ ସାଥୀଙ୍କ ସହ ମଧୁର ପ୍ରେମଭରା କଥାବାର୍ତ୍ତା କରନ୍ତୁ, ଯାହାଦ୍ୱାରା ସେ ଆପଣଙ୍କ ପ୍ରତି ଅଧିକ ଆକର୍ଷିତ ହୋଇପାରିବେ ।

– ଏହି ସମୟରେ ପରସ୍ପରକୁ ସହଯୋଗ କରିବା ଆବଶ୍ୟକ । ପରସ୍ପରଙ୍କ ପସନ୍ଦର ପୋଷାକନ, ପୋଷାକର ରଙ୍ଗ ଆଦି ନେଇ ପୂର୍ବରୁ ଆଲୋଚନା କରିନେବା ଠିକ ହୋଇଥାଏ । ପତ୍ନୀ ନିଜର କେଶକୁ ଭଲଭାବରେ ବାନ୍ଧିନେବା ଦରକାର, ଯେପରି ପରେ ତାହା କୌଣସି ପ୍ରକାର ବାଧା ସୃଷ୍ଟି କରିବ ନାହିଁ ।

Get real time updates directly on you device, subscribe now.