fbpx

୩୯ ବର୍ଷ କୋମାରେ ରହି ଶେଷ ନିଃଶ୍ୱାସ ତ୍ୟାଗ କଲେ ଫୁଟବଲର

ନୂଆଦିଲ୍ଲୀ: ଫ୍ରାନ୍ସର ପୂର୍ବତନ ଫୁଟବଲର ଜିନ ପିଏର ଆଡାମ୍ସଙ୍କ ପରଲୋକ ଘଟିଛି । ଆଡାମ୍ସଙ୍କ ପୂର୍ବତନ କ୍ଲବ ନାଇମ୍ସ ପକ୍ଷରୁ ଏହି ଦୁଃଖଦ ଖବର ଘୋଷଣା କରାଯାଇଛି । ଦୀର୍ଘ ୩୯ ବର୍ଷ ଧରି କୋମାରେ ରହିଥିବା ଆଡାମ୍ସ ସୋମବାର ରାତିରେ ପ୍ରାଣ ହରାଇଛନ୍ତି । ୭୦ ଦଶକରେ ଫ୍ରାନ୍ସ ପକ୍ଷରୁ ୨୨ଟି ମ୍ୟାଚ ଖେଳିଥିବା ଆଡାମ୍ସ ୭୩ ବର୍ଷ ବୟସରେ ପ୍ରାଣ ହରାଇଛନ୍ତି ।

ଆଣଣ୍ଠୁ ସର୍ଜରୀ ପାଇଁ ଯାଇଥିବା ଆଡାମ୍ସ ଡାକ୍ତରଙ୍କ ସାମାନ୍ୟ ଭୁଲ କାରଣରୁ ଦୀର୍ଘ ୩୯ ବର୍ଷ ଧରି କୋମାରେ ରହିଥିଲେ । ସମାନ ଦିନରେ ହସ୍ପସିଟାଲରେ ଷ୍ଟ୍ରାଇକ ରହିଥିବା ବେଳେ ଏକାକୀ ୮ ଜଣ ରୋଗୀଙ୍କ ଧ୍ୟାନ ରଖୁଥିଲେ ଡାକ୍ତର । ନିଜର ଜଣେ ଜୁନିୟରଙ୍କୁ ଆଡାମ୍ସଙ୍କ ଦାୟିତ୍ୱ ପ୍ରଦାନ କରିଥିଲେ ଡାକ୍ତର । ତେବେ ଆନାସ୍ଥେସିଆ ଦେବାରେ ଭୁଲ କାରଣରୁ ସବୁଦିନ ପାଇଁ କୋମାକୁ ପଳାଇଥିଲେ ଆଡାମ୍ସ । ଉଭୟ ଡାକ୍ତରଙ୍କୁ ଏକ ମାସ ପାଇଁ ସସପେଣ୍ଡ କରାଯାଇଥିଲେ ହେଁ ଜୀବନବ୍ୟାପୀ କୋମାରେ ରହିଥିଲେ ଆଡାମ୍ସ । ଡିଫେଣ୍ଡର ଭାବରେ ଖେଳୁଥିବା ଆଡାମ୍ସ ସମୁଦାୟ ୨୮୫ଟି କ୍ଲବ ମ୍ୟାଚ ଖେଳି ୨୬ଟି ଗୋଲ କରିଛନ୍ତି ।

Get real time updates directly on you device, subscribe now.