fbpx

ଚଳିତ ଶିକ୍ଷାବର୍ଷ ୨୦୨୩-୨୪ କ୍ୟାଲେଣ୍ଡର ପ୍ରଚଳିତ, ଫେବୃଆରୀ ୧୩ ରୁ ଆରମ୍ଭ ହେବ ଛାତ୍ରମାନଙ୍କ ରେଜିଷ୍ଟ୍ରେସନ୍

ଭୁବନେଶ୍ୱର: ଶିକ୍ଷା ଅଧିକାର ଆଇନ ଅନୁଯାୟୀ ପ୍ରତିବର୍ଷ ଭଳି ଚଳିତ ଶିକ୍ଷାବର୍ଷ ୨୦୨୩-୨୪ ନିମନ୍ତେ କ୍ୟାଲେଣ୍ଡର ପ୍ରଚଳିତ ହୋଇଛି। ଚଳିତ ବର୍ଷର କ୍ୟାଲେଣ୍ଡର ଅନୁଯାୟୀ ସ୍କୁଲ ରେଜିଷ୍ଟ୍ରେସନ୍ ଏବଂ ତଥ୍ୟ ସଂଶୋଧନ ପାଇଁ ସମୟସୀମା ଆସନ୍ତା ୨୦ ତାରିଖରୁ ଫେବୃଆରୀ ୫ ତାରିଖକୁ ଧାର୍ଯ୍ୟ କରାଯାଇଛି। ବ୍ଲକ୍ ଶିକ୍ଷା ଅଧିକାରୀ ଓ ଜିଲ୍ଲା ଶିକ୍ଷା ଅଧିକାରୀ ପଞ୍ଜୀକୃତ ହୋଇଥିବା ସ୍କୁଲଗୁଡ଼ିକୁ ଆସନ୍ତାମାସ ୧୦ ତାରିଖ ସୁଦ୍ଧା ଯାଞ୍ଚ କରିବେ।

ଫେବୃଆରୀ ୧୩ ତାରିଖରୁ ମାର୍ଚ୍ଚ ୧୬ ପର୍ଯ୍ୟନ୍ତ ପ୍ରଥମ ପର୍ଯ୍ୟାୟ ଛାତ୍ରମାନଙ୍କର ପଞ୍ଜୀକରଣ କରାଯିବ । ମାର୍ଚ୍ଚ ୨୩ ଓ ୨୪ ତାରିଖ ଦିନ ପ୍ରଥମ ପର୍ଯ୍ୟାୟ ଅନ୍‌ଲାଇନ୍ ଲଟେରୀ ମାଧ୍ୟମରେ ସ୍କୁଲମାନଙ୍କ ମଧ୍ୟରେ ଆବଣ୍ଟନ କରାଯିବ । ଛାତ୍ରମାନଙ୍କ ପ୍ରଥମ ପର୍ଯ୍ୟାୟ ନାମଲେଖା ମାର୍ଚ୍ଚ ୨୭ରୁ ଅପ୍ରେଲ ୨୪ ତାରିଖ ପର୍ଯ୍ୟନ୍ତ ସଂପନ୍ନ ହେବ । ଦ୍ୱିତୀୟ ପର୍ଯ୍ୟାୟର ଦରଖାସ୍ତ ଗୁଡ଼ିକ ଅପ୍ରେଲ 26 ତାରିଖ ସୁଦ୍ଧା ଯାଞ୍ଚ କରାଯିବ ଏବଂ ଅପ୍ରେଲ 28 ତାରିଖ ଦିନ ଅନଲାଇନ ଲଟେରୀ ମାଧ୍ୟମରେ ସ୍କୁଲମାନଙ୍କ ମଧ୍ୟରେ ଆବଣ୍ଟିତ କରାଯିବ। ସେହିପରି ଅପ୍ରେଲ ୨୯ରୁ ମଇ ୬ ତାରିଖ ମଧ୍ୟରେ ଦ୍ୱିତୀୟ ପର୍ଯ୍ୟାୟ ନାମଲେଖା ସଂପନ୍ନ ହେବ ବୋଲି ବିଦ୍ୟାଳୟ ଓ ଗଣଶିକ୍ଷା ବିଭାଗ ଦ୍ୱାରା ପ୍ରକାଶିତ କ୍ୟାଲେଣ୍ଡରରୁ ଜଣାପଡ଼ିଛି ।

 

Get real time updates directly on you device, subscribe now.